Latest Odisha News

BREAKING NEWS

୨୫ ବର୍ଷରେ ମାତ୍ର ଗୋଟିଏ ଆଇସିିସି ଟ୍ରଫି ଜିତିଛି ପାକିସ୍ତାନ

ଦୁବାଇ: ପାକିସ୍ତାନ କ୍ରିକେଟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି । ଗତ ସଂସ୍କରଣର ବିଜେତା ଏବଂ ଏଥରର ଆୟୋଜକ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ୨୦୧୭ରେ ଦଳ ଭାଗ୍ୟବଶତଃ ଟାଇଟଲ ହାସଲ କରିଛି ବୋଲି କୁହାଯାଇଛି । ଗତ ୨୫ ବର୍ଷ ମଧ୍ୟରେ ପାକିସ୍ତାନ ମାତ୍ର ଗୋଟିଏ ଆଇସିସି ଟ୍ରଫି ଜିତିଛି । ୨୦୦୦ରୁ ଆଜି ପର୍ଯ୍ୟନ୍ତ ୬ଟି ବିଶ୍ୱକପ ଓ ୭ଟି ଚାମ୍ପିୟନ୍ସ ଟ୍ରଫି ଖେଳାଯାଇଛି । ୨୦୦୩ ଓ ୨୦୦୭ ବିଶ୍ୱକପରେ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ୨୦୧୧ରେ ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ସଫଳ ହୋଇଥିଲା । ସେହିପରି ୨୦୧୫ରେ କ୍ୱାର୍ଟର ଫାଇନାଲରେ ଦଳ ହାରି ଯାଇଥିଲା ।

୨୦୧୯ ଓ ୨୦୨୩ରେ ପାକିସ୍ତାନ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଥିଲା । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ୨୦୦୦, ୨୦୦୪ ଓ ୨୦୦୯ରେ ସେମିଫାଇନାଲରେ ପ୍ରବେଶ କରିଥିଲା । ୨୦୦୨, ୨୦୦୬ ଓ ୨୦୧୩ରେ ଗ୍ରୁପ ଷ୍ଟେଜ ପାର କରିପାରି ନ ଥିଲା । ୨୦୧୭ରେ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଭାରତ ନିକଟରୁ ପରାଜିତ ହୋଇଥିଲେ ମଧ୍ୟ ଭାଗ୍ୟବଶତଃ ଟାଇଟଲ ହାସଲ କରିଥିଲା । ପାକିସ୍ତାନରେ ଅନେକ ବିଶ୍ୱସ୍ତରୀୟ ଖେଳାଳି ରହିଥିଲେ ମଧ୍ୟ ଚାପଭରା ପରିସ୍ଥିତିରେ ଦଳର ପ୍ରଦର୍ଶନ ସର୍ବଦା ନୈରାଶ୍ୟଜନକ ରହି ଆସିଛି ।

Comments are closed.