Latest Odisha News

ଭାରତୀୟ ଖେଳାଳିଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନ କରିବାକୁ କହିଲେ ପାକିସ୍ତାନର ଏହି କୋଚ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଓ କୋଚ ମୋଇନ ଖାଁ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଆମ ଖେଳାଳିମାନେ ଭାରତୀୟଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଉଚିତ ନୁହେଁ । ବିପକ୍ଷ ଖେଳାଳିମାନଙ୍କୁ ସମ୍ମାନ ଦେବା ବିପକ୍ଷରେ ମୁଁ ନାହିଁ । ପାକିସ୍ତାନୀ ଖେଳାଳିମାନେ ଏହା କରିବା ଦ୍ୱାରା ପରୋକ୍ଷରେ ସେମାନେ ଆମକୁ ଦୁର୍ବଳ ବୋଲି ଭାବି ନେଉଛନ୍ତି । ଜଣେ ଖେଳାଳି ବ୍ୟାଟିଂ କରିବାକୁ ଆସିଲେ, ତାହା ବ୍ୟାଟ ଦେଖିବା ଓ ପିଠି ଥାପୁଡାଇବା ପରି କାର୍ଯ୍ୟଠାରୁ ଦୂରେଇ ରହିବା ବୁଦ୍ଧିମାନର କାମ ହେବ । ୨୦୧୭ରେ ଖେଳା ଯାଇଥିବା ଶେଷ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

ରିପୋର୍ଟ ଅନୁସାରେ ବିଭିନ୍ନ ଟିମର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଫୋଟୋଶୁଟ ଓ ପ୍ରେସ କନଫେରେନ୍ସକୁ ରଦ୍ଦ କରି ଦିଆଯାଇଛି । ଅଧିନାୟକମାନଙ୍କ ଫଟୋଶୁଟ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲେ ମଧ୍ୟ ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ଅନୁସାରେ ଦୁବାଇରେ ଖେଳିବ ।

Comments are closed.