Latest Odisha News

BREAKING NEWS

ଟିକା ନେବାର ଦୁଇ ଦିନ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ସଙ୍ଗରୋଧରେ ଅଛନ୍ତି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର ଫୈସଲ ସୁଲତାନ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ଗୁରୁବାର ଦିନ ଚାଇନାର ଟିକା ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ନିଜ ଦେଶର ଲୋକଙ୍କୁ ମହାମାରୀର ବୃଦ୍ଧିକୁ ରୋକିବା ପାଇଁ ନିୟମ ପାଳନ କରିବା ପାଇଁ ନିବେଦନ କରିଥିଲେ।

Leave A Reply

Your email address will not be published.