Latest Odisha News

BREAKING NEWS

ସରିଫ ମାନିଲେ, ପାକିସ୍ତାନ ଏବେ ଭିକ ମାଗି ବଞ୍ଚିଛି, କଶ୍ମୀର ଏଜେଣ୍ଡା ପାଇଁ ସମ୍ବଳ ନାହିଁ

ଇସଲାମବାଦ: ପାକିସ୍ତାନ ଏବେ ଭିକାରୀ, ଏମିତି ସ୍ଥିତିରେ କଶ୍ମୀର ଏଜେଣ୍ଡାକୁ ଆମେ କାର୍ଯ୍ୟକାରୀ  କରିପାରିବୁ ନାହିଁ- କହୁ କହୁ ଏମିତି ବଡ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ନିଜେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଏକ ପ୍ରକାର ଭିକାରି ପରିସ୍ଥିତି । ତେଣୁ କାଶ୍ମୀରବାସୀଙ୍କୁ ଆମେ କୌଣସି ସାହାଯ୍ୟ କରପାରିବୁ ନାହିଁ । 

ରବିବାର ଏ ସମ୍ପର୍କରେ ସୂଚନା ଦେଇ ଶାହବାଜ ସରିଫ କହିଛନ୍ତି, ଆଇଏମଏଫ ପାକିସ୍ତାନର ସମସ୍ତ ଆର୍ଥିକ ଦସ୍ତାବିଜ ଏବଂ ସବସିଡିକୁ ଯାଞ୍ଚ କରୁଛନ୍ତି । ଆଇଏମଏଫର ଏକ ଟିମ ପାକିସ୍ତାନରେ ଅଛନ୍ତି । ୭ ବିଲିଅନ ଡଲାରର ଋଣ ଦେବା ପ୍ରସ୍ତାବ ଉପରେ ପାକିସ୍ତାନରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଗତ ସପ୍ତାହରୁ ଏହି ସମୀକ୍ଷା ବୈଠକ ଚାଲିଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଇତି ମଧ୍ୟରେ ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହୋଇଯିବ । ଯଦି ଏହା ହୁଏ ତେବେ ପାକିସ୍ତାନ  ଋଣ ସୁଝି ନ ପାରିବା ଆଶଙ୍କା ବୃଦ୍ଧି ପାଇଛି ।

ଇତି ମଧ୍ୟରେ ପାକିସ୍ତାନରେ ଏଲପିଜି ଦର ୩୦ ପ୍ରତିଶତ ବୃଦ୍ଧି ପାଇଛି । ବିଜୁଳି ଶୁକ୍ଳ ତା ପୂର୍ବରୁ ବୃଦ୍ଧି ପାଇ ସାରିଛି । ଏହା ପୂର୍ବରୁ ପାକିସ୍ତାନ ଅର୍ଥମନ୍ତ୍ରୀ ଡଶହାକ ଡାର କହି ସାରିଛନ୍ତି, ଗତ ସପ୍ତାହରେ ଆଇଏମଏଫ ଟିମ ସହ କଥାବାର୍ତ୍ତା   ପାକିସ୍ତାନ ଅଧିକାରୀମାନଙ୍କ ପାଇଁ  ବେଶ କଠିନ ସମୟ ଥିଲା ।

ଆଇଏମଏଫ ଟିମ କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭିକ ମାଗବା କଥା କହିଛନ୍ତି। ସେ କହିଛନ୍ତି ଏବେ ପାକିସ୍ତାନ ଭିକ ମାଗିବା ପରିସ୍ଥିତିରେ ପହଞ୍ଚିଛି । ଏହାର ଚିରସ୍ଥାୟୀ ସମାଧାନ ଆବଶ୍ୟକ ରହିଛି ।

ସେ ଆହୁରି କହିଛନ୍ତି, ଆମକୁ ବଞ୍ଚି ରହିବାକୁ ପଡିବ । ହେଲେ ଏମିତି ଭାବେ ଜୀବିତ ରହିବାକୁ ପଡିବ ଯେମିତି ରାଷ୍ଟ୍ର ବଞ୍ଚି ରହିବ । ଭିକ ମାଗି ବଞ୍ଚିବାକୁ ପଡିବନି । ଏପରି ଧାରା ୭୫ ବର୍ଷ ଧରି ଚାଲି ଆସୁଛି । ଏବେ ଆମକୁ ଏହାକୁ ରୋକିବାକୁ ପଡ଼ିବ ।

ଏପରି ସ୍ଥିତିରେ ପାକିସ୍ତାନ କଶ୍ମୀର ଏଜେଣ୍ଡାକୁ ଆଗକୁ ନେବା ପାଇଁ ପାକିସ୍ତାନ ସମର୍ଥ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି  । ସେ କହିଛନ୍ତି, ଆର୍ଥିକ ସ୍ଥିତି ମଜବୁତ ହେବା ପରେ ଆମେ କଶ୍ମୀରବାସୀଙ୍କୁ ସହାଯ୍ୟ କରିପାରିବୁ।

Leave A Reply

Your email address will not be published.