Latest Odisha News

BREAKING NEWS

କିଏ ଏହି ଗବେଷକ ? ତୁର୍କି ସମେତ ୪ ଦେଶରେ ଭୂମିକମ୍ପ ହେବା ନେଇ ସତର୍କ କରାଇଥିଲେ

ନୂଆଦିଲ୍ଲୀ: ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଭୂମିକମ୍ପ ନେଇ ଜିଓଲୋଜିକାଲ ଇନଷ୍ଟିଚ୍ୟୁଟର ବରିଷ୍ଠ ଗବେଷକ ଫ୍ରାଙ୍କ ହୋଗରବିଟସ ଆଗୁଆ ଭବିଷ୍ୟବାଣୀ କରିଥିଲେ । ଭୂମିକମ୍ପର ୩ ଦିନ ପୂର୍ବରୁ ଏ ନେଇ ସେ ଆଗୁଆ ଟୁଇଟ କରିଥିଲେ । ଯାହା କି ଏବେ ଭାଇରାଲ ହେବାରେ ଲାଗିଛି । ସେ ଏହି ଅଂଚଳଗୁଡିକ ଚିହ୍ନଟ କରିବା ସହ ଆଜି ନ ହେଲେ କିଛି ଦିନ ମଧ୍ୟରେ ୭.୫ ତୀବ୍ରତାର ଭୂମିକମ୍ପ ପରିଲକ୍ଷିତ ହେବ । ଏହା ଅକ୍ଷର ଅକ୍ଷର ସତ ହୋଇଥିଲା ।

ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେକୁ ଆଧାର କରି ସେ ଏହି ଭବିଷ୍ୟବାଣୀ କରିଥିଲେ । ଭୂମିକମ୍ପ ପରେ ତୁର୍କୀକୁ ଅନ୍ୟ ଦେଶରୁ ସହାୟତା ମିଳିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏବେ ସମ୍ପୃକ୍ତ ଅଂଚଳରେ ତୁଷାରପାତ ହେଉଥିବାରୁ ଏହି ଅସୁବିଧା ହେଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା ୧୦,୦୦୦ରୁ ଅଧିକ ହେବ । ଅନେକ ଲୋକ ଏବେ ବି ମାଟି ତଳେ ଦବି ହୋଇ ରହିଛନ୍ତି ।

Leave A Reply

Your email address will not be published.