Latest Odisha News

ରାଫେଲ ଡିଲକୁ ନେଇ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍‌; ମିଛ ଯେତେ ବଡ଼ ହେଲେ ବି ସତ ଆଗରେ ଦିନେ ହାରିବ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଫେବ୍ରୁଆରୀ ୬) କର୍ଣ୍ଣାଟକ ତୁମକୁରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(HAL)ର ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଲାଇଟ୍‌ ୟୁଟିଲିଟ ହେଲିକପ୍ଟରର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଆଜି ଦେଶର ବହୁତ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରି୍ ତୁମକୁରକୁ ମିଳିଛି। ଆଜି ତୁମକୁରର ଇଣ୍ଡଷ୍ଟ୍ରିୟାଲ ଟାଉନ୍‌ସିପ୍‌ର ଶିଳାନ୍ୟାସ୍ ହୋଇଛି। ଏଥିସହିତ ତୁମକୁର ଜିଲ୍ଲାରେ ଶତାଧିକ ଗାଁକୁ ପାନୀୟ ଜଳ ପାଇଁ ଯୋଜନା ଆରମ୍ଭ ହୋଇଛି ବୋଲି ମୋଦୀ କହିଛନ୍ତି।

ଏହି ଅବସରରେ ବିରୋଧୀ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରାଫେଲ୍ ଡିଲ୍‌କୁ ନେଇ କଂଗ୍ରେସର ଅଭିଯୋଗ ଉପରେ ଜବାବ ଦେଇ ମୋଦୀ କହିଛନ୍ତି ଯେ ଏହି ‘ହାଲ୍’କୁ ନେଇ ବାହାନା ବନାଇ ଆମ ସରକାର ଉପରେ ଭଳି ଭଳି ଟାର୍ଗେଟ୍ କରାଯାଇଥିଲା। ଏହି ‘ହାଲ୍’କୁ ନେଇ ଲୋକଙ୍କୁ ଉସ୍‌କାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ମିଛ ଯେତେବଡ଼ ହେଉ ନା କାହିଁକି ସତ ଆଗରେ ଦିନେନା ଦିନେ ନିଶ୍ଚୟ ହାରିଥାଏ।। ଏଥିପାଇଁ ସଂସଦରେ କାର୍ଯ୍ୟ ଦିବସର ଅନେକ ସମୟ ନଷ୍ଟ ହୋଇଛି ବୋଲି ମୋଦୀ କହିଛନ୍ତି। ରାଫେଲ୍ ଡିଲ୍‌କୁ ନେଇ କଂଗ୍ରେସ ଆଣିଥିବା ଅଭିଯୋଗରେ ମୋଦୀ ଆଜି ଏଭଳି ଟାର୍ଗେଟ୍ କରିଛନ୍ତି।

‘ହାଲ୍’ ହେଲିକପ୍ଟର ଫ୍ୟାକ୍ଟ୍ରି ଓ ଦିନକୁ ଦିନ ବଢ଼ୁଥିବା ଏହାର କ୍ଷମତା ମିଥ୍ୟା ଆରୋପ ଲଗାଉଥିବା ଲୋକଙ୍କ ପୋଲ୍ ଖୋଲିଦେବ। ଆଜି HAL ଭାରତୀୟ ସେନା ପାଇଁ ଆଧୁନିକ ତେଜସ ବନାଉଛି। ଯାହା ବିଶ୍ୱର ଆକର୍ଷଣର କେନ୍ଦ୍ର ପାଲଟିଛି। ପ୍ରତିରକ୍ଷା କ୍ଷେତ୍ରରେ HAL ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛି ବୋଲି ମୋଦୀ କହିଛନ୍ତି।

ସୂଚନା ଥାଉକି ୨୦୧୮ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ HALର କର୍ମଚାରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସରକାର HALକୁ ଅପମାନିତ କରିବାକୁ ଚାହୁଁଥିବା ରାହୁଲ ଗାନ୍ଧୀ ଅଭିଯୋଗ ଲଗାଇଥିଲେ।

ସେହିପରି କର୍ଣ୍ଣାଟକର ବିକାଶକୁ ନେଇ ମୋଦୀ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ପାଇଁ ଆଜି କର୍ଣାକଟରେ ବିକାଶ ହୋଇଛି। କର୍ଣ୍ଣାଟକ ସନ୍ଥଙ୍କ ଭୂମି ହୋଇଥିବାରୁ ସେମାନଙ୍କ ଆଶୀର୍ବାଦରେ ରାଜ୍ୟରେ ଯୁବବର୍ଗଙ୍କୁ ଆୟ,ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା, ସେନା ଓ ମେଡ୍‌ ଇନ୍ ଇଣ୍ଡିଆକୁ ବଳ ଦେବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି ବୋଲି ମୋଦୀ କହିଛନ୍ତି। ଦେଶ ପ୍ରଥମେ ଭାବନା ରଖି କାମ କଲେ ସଫଳତା ମିଳିଥାଏ ବୋଲି ମୋଦୀ କହିଛନ୍ତି।

ଏଥିସହିତ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇ ମୋଦୀ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆମକୁ ବିଦେଶ ଉପରେ ନିର୍ଭରତା କମାଇବାର ଅଛି। ଆଜି ଶତାଧିକ ଯୁଦ୍ଧାସ୍ତ୍ର ଓ ରକ୍ଷାଉପକରଣ ଭାରତରେ ତିଆରି ହେଉଛି। ୨୦୧୪ ପୂର୍ବରୁ ଏହା କେତେ ଥିଲା ଆପଣମାନେ ମନେ ରଖିବେ ବୋଲି ମୋଦୀ କହିଛନ୍ତି। ଡ୍ରୋନ ଠାରୁ ଆରମ୍ଭ କରି, ତେଜସ ଫାଇଟର ପ୍ଲେନ୍ ବନାଇବା ପର୍ଯ୍ୟନ୍ତ କର୍ଣ୍ଣାଟକର ନିର୍ମାଣ ବିଭାଗର ଶକ୍ତି ଆଜି ସାରା ବିଶ୍ୱ ଦେଖୁଛି ବୋଲି ମୋଦୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଗତ ୮ ବର୍ଷରେ ଆମେ ଘରୋଇ କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହନ ଦେଇଛୁ ବୋଲି। ମୋଦୀ କହିଛନ୍ତି। ଆଧୁନିକ ଆସଲ୍ଟ ରାଇଫଲ ଠାରୁ ଆମ୍ଭ କରି ଟ୍ୟାଙ୍କ-ପୋତ, ନୌସେନା ପାଇଁ ଏୟାରକ୍ରାଫ୍ଟ କ୍ୟାରିୟର, ହେଲିକପ୍ଟର, ଫାଇଟର ଜେଟ୍, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଆଦି ଭାରତ ନିଜେ ତିଆରି କରୁଛି। ଆସନ୍ତା ସମୟରେ ତୁମକୁରରେ ହିଁ ଶତାଧିକ ହେଲିକପ୍ଟର ତିଆରି ହେବ। ଏଥିରେ ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ। ଏଭଳି ଫ୍ୟାକ୍ଟ୍ରି ତିଆରି କଲେ ଯାଇ ଆମ ସେନାର ବଳ ବୃଦ୍ଧି ହେବା ସହ ଆମକୁ ରୋଜଗାରମ ମିଳିବ ବୋଲି ମୋଦୀ କହିଛନ୍ତି।

 

Leave A Reply

Your email address will not be published.