Latest Odisha News

BREAKING NEWS

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି ‘କାଙ୍ଗାଳ’ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ ପୁଣିଥରେ ଦୋହରାଇଛନ୍ତି ଯେ ସେ ଭାରତ ସହ ପାକିସ୍ତାନ ଶାନ୍ତି ଚାହୁଁଛି। କିନ୍ତୁ କଶ୍ମୀର ସମସ୍ୟାର ସମାଧାନ ପାଇଁ ସର୍ତ୍ତ ରଖିଛନ୍ତି।

ଶାହବାଜ ସରିଫ କହିଛନ୍ତି ଯେ ପାକିସ୍ତାନ ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛି। ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ଜମ୍ମୁ କଶ୍ମୀର ବିବାଦର ସ୍ଥାୟୀ ସମାଧାନ ଉପରେ ନିର୍ଭର କରେ ବୋଲି ପାକ୍ ପିଏମ କହିଛନ୍ତି। ଜମ୍ମୁ କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ବିବାଦ ସତ୍ତ୍ବେ ଅଗଷ୍ଟ ୫, ୨୦୧୯ ରେ ଭାରତ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଶାହବାଜ କହିଛନ୍ତି। ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି ଏହି ଅଂଚଳରେ ତିକ୍ତତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ତେବେ ବନ୍ୟାରେ ବିପର୍ଯ୍ୟୟ ଏବଂ ଆର୍ଥିକ ସ୍ଥିତି ଦୋହଲିଯାଇଥିବା କଥା କହି ସହଯୋଗ କରିବାକୁ ଅପିଲ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ବନ୍ୟା ଯୋଗୁଁ ପାକିସ୍ତାନ ବହୁ ପରିମାଣରେ ଆର୍ଥିକ କ୍ଷତି ସହିଛି। ସେ କହିଛନ୍ତି ଯେ ଆମ ଦେଶ ଯେଉଁ ପରିସ୍ଥିତିକୁ ସାମ୍ନା କରୁଛି ତାହା କୌଣସି ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଦେଶର ଅର୍ଥନୈତିକ ସଙ୍କଟ ସମ୍ପର୍କରେ ସେ କହିଛନ୍ତି ଯେ ଶିଶୁ ଓ ମହିଳାଙ୍କ ସମେତ ପ୍ରାୟ ୩୫ କୋଟି ଲୋକ ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନର ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭୟଙ୍କର ବନ୍ୟାରେ ୧୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି ଯେ ଅଧିକ ଲୋକ ରୋଗ ଏବଂ ପୁଷ୍ଟିହୀନତାର ଆଶଙ୍କା ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.