Latest Odisha News

ଆଇସିଏମଆରର ନୂଆ ନିର୍ଦ୍ଦେଶକ ହେଲେ ରାଜୀବ ବହଲ, କରୋନା ବେଳେ ମନେ ରହିବ ବଳରାମଙ୍କ ଅବଦାନ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ରାଜୀବ ବହେଲ। ଶୁକ୍ରବାର କେନ୍ଦ୍ର ସରକାର ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିବା ବେଳେ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ବହଲ ଏବେ ଜେନେଭାରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରେ ମାତୃ, ନବଜାତ ଏବଂ କିଶୋର ସ୍ୱାସ୍ଥ୍ୟ ୟୁନିଟ୍ ଉପରେ ହେଉଥିବା ଗବେଷଣାର ମୁଖ୍ୟ ରହିଛନ୍ତି।

ବହଲଙ୍କ ପୂର୍ବରୁ ଡକ୍ଟର ବଳରାମ ଭାର୍ଗଭ ଆଇସିଏମଆର ମହାନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବରେ ଜୁଲାଇରେ ଶେଷ ହୋଇଥିଲା କାର୍ଯ୍ୟକାଳ। ଚାରି ବର୍ଷ ପାଇଁ ୧୬ ଏପ୍ରିଲ ୨୦୧୮ ରେ ଭାର୍ଗଭ ଏହି ପଦରେ ନିଯୁକ୍ତ ହୋଇଥିଲେ। ୨୦୨୦ରେ କରୋନା ସମୟରେ ଆଇସିଏମଆରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା।

ଏହା ପୂର୍ବରୁ ଶୁକ୍ରବାର ହାଇଦ୍ରାବାଦର ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜର ଡିନ୍ ଏମ ଶ୍ରୀନିବାସଙ୍କୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମାର୍ଚ୍ଚ ୨୦୧୭ ଠାରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଥିବା ଡକ୍ଟର ରଣଦୀପ ଗୁଲେରିଆଙ୍କ ଉତ୍ତରାଧିକାରୀ ହେବେ ଡକ୍ଟର ଶ୍ରୀନିବାସ। ଡକ୍ଟର ଶ୍ରୀନିବାସ ୨୦୧୬ ମସିହାରେ ହାଇଦ୍ରାବାଦର ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜକୁ ଯିବା ପୂର୍ବରୁ ଦିଲ୍ଲୀ ଏମ୍ସରେ ଶିଶୁ ସର୍ଜରୀ  ବିଭାଗର ପ୍ରଫେସର ଥିଲେ। କେନ୍ଦ୍ର କ୍ୟାବିନେଟରେ ଏହି ସବୁ ନିଷ୍ପତ୍ତି ପରେ ପଦକ୍ଷେପ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ବେଳେ ଆଇସିଏମଆର ଗୋଟିଏ ବଡ ଭୂମିକା ଲିଭାଇଥିଲା। ଅଦୃଶ୍ୟ ଭୂତାଣୁ କରୋନା ଯୋଗୁଁ ସାରା ମଣିଷ ସମାଜ ଭିତରେ ଘନ ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିଲା ସେହି ସମୟରେ ଆଇସିଏମଆର ବିଶେଷଜ୍ଞଙ୍କ ଗବେଷଣା ଅନ୍ଧାରରେ ଆଲୁଅ ପକାଇବା ଭଳି ଥିଲା। ପ୍ରତିଦିନ ଅପରାହ୍ନରେ ଆଇସିଏମଆର ନିର୍ଦ୍ଦେଶକ ଭାବେ ଡକ୍ଚର ବଳରାମ ଭାର୍ଗଭଙ୍କ ଅବଦାନ ଅନେକ ରହିଥିଲା।

Leave A Reply

Your email address will not be published.