Latest Odisha News

BREAKING NEWS

Pakistan President:’ଭାରତୀୟ ସେନା ଭୟରେ ବଙ୍କରରେ ଲୁଚି ରହିବାକୁ ପରାମର୍ଶ ଦିଆଯାଇଥିଲା,’ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା

ଇସଲାମାବାଦ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ମେ ମାସରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ତେବେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲ। ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଏହା ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନୀ ସେନା ତାଙ୍କୁ ଏକ ବଙ୍କରରେ ଲୁଚି ରହିବାକୁ କହିଥିଲେ, କିନ୍ତୁ ସେ ମନା କରିଥିଲେ।

ଶନିବାର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏହା ପ୍ରକାଶ କରିଛନ୍ତି। ଜରଦାରୀଙ୍କ ଅନୁସାରେ,”ମୋର ସାମରିକ ସଚିବ ମୋ ପାଖକୁ ଆସି କହିଲେ ଯେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସେ ମୋତେ କହିଲେ ଯେ ଆମେ ବଙ୍କରକୁ ଯିବା ଉଚିତ। କିନ୍ତୁ ମୁଁ ମନା କରିଥିଲି।” ତଥାପି ଏହି ବିବୃତ୍ତି ସ୍ପଷ୍ଟ କରିଥିଲା ​​ଯେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଏତେ ଗମ୍ଭୀର ଥିଲା ଯେ ପାକିସ୍ତାନର ରାଷ୍ଟ୍ରପତିଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।

ଏହି ସମୟରେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ମଧ୍ୟ ଅପରେସନ ସିନ୍ଦୂର ସମୟରେ ରାୱଲପିଣ୍ଡିର ନୁର ଖାନ ଏୟାରବେସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ବହୁତ କ୍ଷତି ହୋଇଥିବା କହିଛନ୍ତି । ସେ କହିଥିଲେ ଯେ, ସେଠାରେ ଅବସ୍ଥିତ ସାମରିକ ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇଥିଲା ଏବଂ ସେଠାରେ ନିୟୋଜିତ କର୍ମଚାରୀମାନେ ଆହତ ହୋଇଥିଲେ।

ଏହାର ଜବାବରେ ପୂର୍ବତନ ଜମ୍ମୁ-କାଶ୍ମୀର ଡିଜିପି ଶେଷ ପାଲ ବୈଦ କହିଛନ୍ତି ଯେ ପାକିସ୍ତାନ ଶେଷରେ ସ୍ୱୀକାର କରୁଛି ଯେ ଅପରେସନ ସିନ୍ଦୂର ସମୟରେ ସେମାନେ ବହୁତ କ୍ଷତି ସହିଥିଲେ।

ଭାରତ ମେ୭ ତାରିଖ ଦିନ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ଅନ୍ତର୍ଗତ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନରେ ଅବସ୍ଥିତ ନଅଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ କରିଥିଲା।

 

Leave A Reply

Your email address will not be published.