ମସ୍କୋ: ୟୁକ୍ରେନକୁ ସହଯୋଗ କରିବା ନେଇ ପାକିସ୍ତାନ ଉପରେ ରୁଷ ଅସନ୍ତୁଷ୍ଟ ଅଛି । ଏ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଏପରିକି ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହଯୋଗ କରୁଛି ବୋଲି ରୁଷର ସାଂସଦ ଇଗୋର ମୋରାଜୋଭ ମରାତ୍ମକ ଅଭିଯୋଗ ଆଣିଛନ୍ତି । ନିକଟରେ ପରମାଣୁ ବିଜ୍ଞାନ ପରେ ଜ୍ଞାନ ରଖିଥିବା କେତେଜଣ ୟୁକ୍ରେନ ନାଗରିକ ପାକିସ୍ତାନ ଗସ୍ତରେ ଯାଇଥିଲେ । ପୂର୍ବରୁ ରୁଷ ରକ୍ଷା ମନ୍ତ୍ରୀ ଶୋଇଗୁ ଆଶଙ୍କା ବ୍ୟକ୍ତ କରିଥିଲେ ଯେ, ୟୁକ୍ରେନ ଆମ ଉପରେ ଡାର୍ଟି ବମ ପକାଇବାକୁ ଯୋଜନା କରୁଛି । ଏବେ ପାକିସ୍ତାନ ଏହା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି ।
ତେବେ ପାକିସ୍ତାନ ଏହି ଖବରକୁ ଖଣ୍ଡନ କରିଛି । ଏପରିକି ରୁଷ ରକ୍ଷା ମନ୍ତ୍ରଣାଳୟ ଏ ଭଳି ମନଗଢ଼ା କାହାଣୀ ନ କହୁ । ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ୧୫ ଅକ୍ଟୋବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପାକିସ୍ତାନକୁ ବିଶ୍ୱର ସବୁଠାରୁ ମାରାତ୍ମକ ରାଷ୍ଟ୍ର ବୋଲି କହିଥିଲେ ।
Comments are closed.