ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର ଆକ୍ରମଣାତ୍ମକ ମନୋଭାବ ଜାରି ରହିଥିବାର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତରୁ ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ପାକିସ୍ତାନୀ ଗଣମାଧ୍ୟମ ସଂସ୍ଥା DAWN ର ଏକ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ (PSX) ରେ ସେୟାରର ତୀବ୍ର ହ୍ରାସ ପାଇଁ, ଦେଶ ବିରୁଦ୍ଧରେ ସମ୍ଭାବ୍ୟ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ନିବେଶକଙ୍କ ଚିନ୍ତାକୁ ଦାୟୀ କରିଛନ୍ତି ।
କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।
ପାକିସ୍ତାନୀ ମାର୍କେଟ୍ ଏକ୍ସପର୍ଟମାନେ ଆଗାମୀ କିଛି ଦିନ ମଧ୍ୟରେ ସମ୍ଭାବ୍ୟ ଆକ୍ରମଣ ଖବରକୁ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଏହି ହ୍ରାସ ପାଇଁ ଦାୟୀ କରିଛନ୍ତି । ପାକିସ୍ତାନ ବିରୁଦ୍ଧରେ ସମ୍ଭାବ୍ୟ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ନିବେଶକମାନେ ଚିନ୍ତିତ, ସୂଚନା ମନ୍ତ୍ରୀଙ୍କ ପ୍ରେସ ବ୍ରିଫିଂ ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି । ସେ କହିଛନ୍ତି ଯେ ଗତକାଲି ରାତିରେ ସୂଚନା ମନ୍ତ୍ରୀଙ୍କ ବୟାନ ପରେ ବଜାର ଚାପଗ୍ରସ୍ତ ଥିଲା ଯେଉଁଥିରେ ସେ ପରାମର୍ଶ ଦେଇଥିଲେ ଯେ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ।
Comments are closed.