Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ମ୍ୟାଚ ଫି ଦେବେ ପାକିସ୍ତାନ ଖେଳାଳି

ଦୁବାଇ: ଏସିଆ କପ ୨୦୨୫ ଫାଇନାଲରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ଗ୍ରୁପ ପର୍ଯ୍ୟାୟ, ସୁପର ଫୋର ଓ ଫାଇନାଲରେ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ଟିମ ଫାଇନାଲ ମ୍ୟାଚର ଫିକୁ ଅପରେଶନ ସିନ୍ଦୂରରେ ମରିଥିବା ଆତଙ୍କବାଦୀଙ୍କ ପରିବାରକୁ ଦେବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଏବେ ନୂଆ ବିବାଦ ସୃଷ୍ଟି କରିଛି । ଅଧିନାୟକ ସଲମାନ ଆଗା ପ୍ରେସ କନଫେରେନ୍ସରେ ଏହି ଘୋଷଣା କରିଛନ୍ତି । ପାକିସ୍ତାନ ଏଥିସହ ସିଧାସଳଖ ଭାବେ ଆତଙ୍କବାଦୀଙ୍କ ସହ ରହିଥିବା ପ୍ରମାଣ କରିଛି ।

ଏସିଆ କପରେ ଭାରତୀୟ ଟିମ ଯାହା କଲେ ତାହା କ୍ରିକେଟ ପ୍ରତି ଅପମାନ । ଟସ ପରେ ହାତ ନ ମିଳାଇବା, ଅଭିନନ୍ଦନ ଗ୍ରହଣ ନ କରିବା ଏବଂ ଶେଷରେ ଟ୍ରଫି ନ ନେବା ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମୋର କୌଣସି ମତଭେଦ ନାହିଁ । ସେ ଟିମ ନିର୍ଦ୍ଦେଶ ପାଳନ କରୁଛନ୍ତି ଏଥିରେ ତାଙ୍କର କୌଣସି ଭୁଲ ନାହିଁ । ଟୁଣ୍ଣାମେଂଟ ଆରମ୍ଭ ପୂର୍ବରୁ ଏବଂ ପରେ ପ୍ରେସ କନଫେରେନ୍ସରେ ସେ ହାତ ମିଳାଇଥିଲେ । କ୍ୟାମେରା ସାମ୍ନାରେ ସେ କିନ୍ତୁ ଏହାଠାରୁ ଦୂରେଇ ରହୁଥିଲେ ବୋଲି ସଲମାନ କହିଛନ୍ତି ।

Comments are closed.