Latest Odisha News

ଭାରତ ସହ ଟି୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ସୁରକ୍ଷା ଦୃଷ୍ଟି କୋଣର ଯିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ । ଏପରିକି ଏସିଆ କପ ପରି ଚାମ୍ପିୟନ୍ସ ଟ୍ରଫି ନିରପେକ୍ଷ ସ୍ଥାନରେ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅପରପକ୍ଷରେ ୨୦୧୨ ପରଠାରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ । ପିସିବି ଅଧ୍ୟକ୍ଷ ମୋହସୀନ ନକବି ୨୦୨୫ରେ ଭାରତ ସହ ଟି୨୦ ଦ୍ୱିପାକ୍ଷିକ ସିରିଜ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ସେ ନିରପେକ୍ଷ ସ୍ଥାନରେ ଏହାକୁ ଆୟୋଜନ କରାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି ।

୧୯ରୁ ୨୨ ଜୁଲାଇ ପର୍ଯ୍ୟନ୍ତ କଲମ୍ବୋରେ ଆଇସିସି ବାର୍ଷିକ ବୈଠକ ଆୟୋଜିତ ହେବ । ଏଥିରେ ଚାମ୍ପିୟନ୍ସ ଟ୍ରଫିଠାରୁ ଆରମ୍ଭ କରି ଉପରୋକ୍ତ ଦ୍ୱିପାକ୍ଷିକ ସିରିଜ ସମ୍ପର୍କରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି । ତେବେ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ନକଭି ଏହି ବୈଠକରେ ଭାରତୀୟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଜୟ ଶାହଙ୍କୁ ମନେଇବା ପାଇଁ ଉଦ୍ୟମ କରିବେ । ଗତ ବର୍ଷ ଭାରତୀୟ ଟିମ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନ ଯିବାରୁ ଶ୍ରୀଲଙ୍କାରେ ଏହାକୁ ଆୟୋଜିତ କରାଯାଇଥିଲା । ଭାରତ ସରକାର ପାକିସ୍ତାନ ସହ କ୍ରିକେଟ ମୁକାବିଲାକୁ ଆଇସିିସି ଓ ଏସିସି ମୁକାବିଲା ମଧ୍ୟରେ ସୀମିତ କରି ଦେଇଛି ।

Comments are closed.