Latest Odisha News

BREAKING NEWS

ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ଇସଲାମବାଦ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଏବଂ ନିଜ ଦେଶରେ ଆଶ୍ରୟ ଦେଉଥିବା ନେଇ ଏଫଏଟିଏଫ ପାକିସ୍ତାନ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିଛି ।

ପାକିସ୍ତାନର ଆର୍ଥୀକ ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ବେଳେ ଏହା ତାଙ୍କୁ ଆହୁରି ଅସୁବିଧାରେ ପକାଇଛି । ୧୯୮୯ରେ ଏଫଏଟିଏଫର ଗଠନ କରାଯାଇଥିଲା । ଏଥିରେ ଏବେ ୩୭ ଦେଶ ଏବଂ ୨ କ୍ଷେତ୍ରୀୟ ସଂଗଠନ ରହିଛନ୍ତି । ବିଶ୍ୱରେ ଯେଉଁ ଦେଶ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ ତା ବିରୁଦ୍ଧରେ ଏଫଏଟିଏଫ କାର୍ଯ୍ୟ କରିଥାଏ ।

Leave A Reply

Your email address will not be published.