Latest Odisha News

ଡେଲଟା ପ୍ଲସକୁ ନେଇ ବଢ଼ିଲା ଭୟ, ମହାରାଷ୍ଟ୍ରରେ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରକୁ ନେଇ ଭୟ ଥମିନଥିବା ବେଳେ, ଏବେ ଡରାଇଲାଣି ଡେଲଟା ପ୍ଲସ ଭୂତାଣୁ । ଡେଲଟା ଦୁର୍ବଳ ହେଉଥିବା ବେଳେ ଡେଲଟା ପ୍ଲସକୁ ନେଇ ବଢ଼ିଲାଣି ଭୟ । ଦ୍ବିତୀୟ ଲହର ପରେ ଏବେ ଡେଲଟା ପ୍ଲସକୁ ନେଇ ତୃତୀୟ ଲହରର ଆଶଙ୍କା କଲେଣି ବିଶେଷଜ୍ଞ । ସେପଟେ ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଆଣ୍ଟରେ ବଢ଼ିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭୂତାଣୁ ନେଇଛି ପ୍ରଥମ ଜୀବନ । ଡେଲଟା ପ୍ଲସ ଭୂତାଣୁରେ ଜଣେ ୮୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ।

ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଆକ୍ରାନ୍ତ ବଢୁଥିବାରୁ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଗଲାଣି । ସେହିପରି ପଞ୍ଜାବରେ ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି । ମଧ୍ୟପ୍ରଦେଶରେ ଡେଲଟା ପ୍ଲସରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦ୍ବିତୀୟ ଲହରରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିବା ବେଳେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଛି । ହେଲେ ଏବେ ଡେଲଟା ପ୍ଲସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ପୁଣି ବିଗିଡ଼ିବାର ସମ୍ଭାବନା ରହିଛି । ଏଥିପାଇଁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ତୃତୀୟ ଲହରର ପ୍ରକୋପ ଦେଖାଦେଇପାରେ ବୋଲି ଆଶଙ୍କା କରିଛି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ ।

Leave A Reply

Your email address will not be published.