Latest Odisha News

ନେଦରଲାଣ୍ଡକୁ ୮୧ ରନରେ ହରାଇଲା ପାକିସ୍ତାନ

ହାଇଦ୍ରାବାଦ: ଚଳିତ ଦିିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୬ ରନ କରିଥିଲା । ମହମ୍ମଦ ରିଜୱାନ ଓ ସୌଦ ଶକୀଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମହମ୍ମଦ ନୱାଜ ଦ୍ରୁତ ୩୯ ରନ କରିଥିଲେ । ନେଦରଲାଣ୍ଡର ବାସ ଡେ ଲିଡେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ନେଦରଲାଣ୍ଡ ୨୮୭ ରନର ଲକ୍ଷ୍ୟକୁ ପିଛା କରି ୪୧ ଓଭରରେ ୨୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । ବିକ୍ରମଜିତ ସିଂ ୫୨ ଓ ବାସ ଡେ ଲିଡେ ୬୭ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ପାକିସ୍ତାନ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ ।

ହ୍ୟାରିଶ ରୌଫ ୩ଟି ଓ ହାସନ ଅଲୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଶନିବାର ୨ଟି ମୁକାବିଲା ହେବ । ପ୍ରଥମ ମୁକାବିଲାରେ ଆଫଗାନିସ୍ତାନ-ବାଂଲାଦେଶ ଓ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ପରସ୍ପରକୁ ଭେଟିବେ ।

Leave A Reply

Your email address will not be published.