Latest Odisha News

BREAKING NEWS

ରିଲିଜ ହେଲା ‘ଲିଓ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଆଗାମୀ ଫିଲ୍ମ ‘ଲିଓ’ କୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଗୁରୁବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି, ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତିି । ବିଜୟଙ୍କ ସହ ବଲିଉଡର ଦମଦାର ଆକ୍ଟର ସଞ୍ଜୟ ଦତ୍ତମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଆସନ୍ତା ୧୯ତାରିଖରେ ରିଲିଜ୍ ହେବ ।

BjdElectrycity

ଏହି ଫିଲ୍ମଟିି ଆକ୍ସନ ଏବଂ ଡ୍ରାମାରେ ପରିପୂର୍ଣ୍ଣ । ଏଥିରେ ବିଜୟ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଫାଇଟିଂ କରୁଥିବା ନଜର ଆସିଛନ୍ତି । ସଞ୍ଜୟ ଦତ୍ତ ମଧ୍ୟ ତାଙ୍କ ଚେହେରା ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଫିଲ୍ମର ଟ୍ରେଲରରେ ଏହି ଦୁଇ ସୁପରଷ୍ଟାର ପରସ୍ପର ସହ ସଂଘର୍ଷ କରୁଥିବା ଦେଖି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢିଯାଇଛି । ଟ୍ରେଲରଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ଟ୍ରେଲରରେ ଫିଲ୍ମର ଅଭିନେତ୍ରୀ ତ୍ରିଷ୍ଣା କୃଷ୍ଣନଙ୍କ ଝଲକ ବି ଦେଖିବାକୁ ମିଳିଛି ।

ଫିଲ୍ମ ‘ଲିଓ’ କୁ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ ସାଉଥ ମୁଭି ‘କୈଥୀ’, ‘ବିକ୍ରମ’ ଏବଂ ‘ମାଷ୍ଟର’ ପରି ଦକ୍ଷିଣ ସୁପରହିଟ ଫିଲ୍ମରେ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅନୁରାଗ କାଶ୍ୟପ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ଲିଓ’ ଏକ ତାମିଲ ଫିଲ୍ମ । କିନ୍ତୁ ହିନ୍ଦୀ ସହିତ ଏହା ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ ହେବ ।

Leave A Reply

Your email address will not be published.