Latest Odisha News

BREAKING NEWS

୧୬ ବର୍ଷ ବୟସରେ ସଲମାନଙ୍କ ପ୍ରେମରେ ପଡିଥିଲେ ଏହି ପାକିସ୍ତାନୀ ଅଭିନେତ୍ରୀ; ବିବାହ କରିବା ପାଇଁ ଆମେରିକାରୁ ଆସିଥିଲେ ମୁମ୍ବାଇ

ନୂଆଦିଲ୍ଲୀ: ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଏହି ଖବରରେ ଅଛନ୍ତି। ୧୯୯୧ ମସିହାରେ ସେ ବଲିଉଡର ଦବାଙ୍ଗ୍‌ ବଏ୍‌ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଆମେରିକାରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା।

ସେ କେବଳ ମୁମ୍ବାଇ ଆସି ସଲମାନ ଖାନଙ୍କ ନିକଟତର ହୋଇନଥିଲେ ବରଂ ତାଙ୍କ ସହ ଫିଲ୍ମ ମଧ୍ୟ କରିଥିଲେ। ଯଦିଓ ସଲମାନ ଖାନ ଏବଂ ସୋମି ଅଲିଙ୍କ ଫିଲ୍ମ କେବେ ରିଲିଜ ହୋଇନଥିଲା, ଉଭୟଙ୍କ ସମ୍ପର୍କ ଅନେକ ଚର୍ଚ୍ଚା ସାଉଁଟିଥିଲା।

ଏବେ ପୁଣି ଥରେ ସୋମି ଅଲୀ ସଲମାନ ଖାନଙ୍କ ସହିତ ତାଙ୍କ ପ୍ରେମ ବିଷୟରେ ଅନେକ କିଛି ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସୋମି ତାଙ୍କ ବ୍ୟକ୍ତିଗତ ଜୀବନ ବ୍ୟତୀତ, ଚଳଚ୍ଚିତ୍ର କ୍ୟାରିୟର ବିଷୟରେ ବହୁତ କଥା ହୋଇଥିଲେ। ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ ଥିବା ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ।

ଭାରତ ଆସିବା ପରେ ସୋମି ଅଲି କହିଛନ୍ତି ଯେ ମୁଁ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର୍‌ କିୟା ୧୬ ବର୍ଷ ବୟସରେ ଦେଖିଥିଲି ଏବଂ ଏହାପରେ ମୋତେ ଲାଗିଥିଲା ଯେ ମୋତେ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିବ।

 

Comments are closed.