Latest Odisha News

BREAKING NEWS

ପାଗଳାମୀରେ ବି ଚର୍ଚ୍ଚା ଅଛି !

ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ ଖୋଜିଲେ ବେଶ ଆରାମରେ ପାଇପାରିବା ।

ନିକଟରେ ଏକ ପ୍ରବାସୀ ଭାରତୀୟ ଦମ୍ପତି ପାଗଳାମୀ କରି ଚର୍ଚ୍ଚାକୁ ଆସିଛନ୍ତି । ମଧୁ ଓ ଦିବ୍ୟା ନାମକ ଏହି ବିବାହିତ ଯୋଡି ଆମେରିକାର ବରଫାଂଚଳରେ ସ୍କିଂ କରି ଇଣ୍ଟରନେଟରେ ଚର୍ଚ୍ଚା ସାଉଣ୍ଟିଛନ୍ତି । ଆଉ ତା ପୁଣି ଧୋତି ଓ ଶାଢି ପିନ୍ଧି । ବୋଧ ହୁଏ ଏପରି କରିବାରେ ଏହି ଦମ୍ପତି ପ୍ରଥମ । ତେବେ ସେ ଯାହା ବି ହେଉନା କାହିଁକି । ଲୋକେ କିନ୍ତୁ ଏହି ଦମ୍ପତିଙ୍କ କାରନାମାକୁ ବେଶ ଉପଭୋଗ କରିଛନ୍ତି ।

Leave A Reply

Your email address will not be published.