Latest Odisha News

BREAKING NEWS

ପାକିସ୍ତାନ ଯୁବକଙ୍କୁ ଏବେ ଘାରିଛି ବିଛା ଧୂମ୍ରପାନ ନିଶା !

ଲାହୋର: ପାକିସ୍ତାନର ଖୈବର ଅଂଚଳରେ ଯୁବ ପିଢ଼ୀଙ୍କ ଏବେ ଘାରିଛି ବିଛା ଧୂମ୍ରପାନ ନିଶା । ଏହା ଏବେ ସେଠାରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପାକିସ୍ତାନର ଡନ ଖବରକାଗଜରେ ଏହି ଚାଂଚଲ୍ୟକର ଏବଂ ଚିନ୍ତାଜନକ ଖବର ପ୍ରକାଶ ପାଇଛି । ବିଛାମାନଙ୍କୁ ମାରି ଖରାରେ ଶୁଖା ଯାଇଥାଏ । ଏହା ପରେ କୋଇଲା ଅଙ୍ଗାରରେ ବିଛାକୁ ପୋଡା ଯାଇ ଏହାର ଧୂଆଁକୁ ନିଶାଖୋରମାନେ ସେବନ କରିଥାନ୍ତି ।

ପାକିସ୍ତାନର ଜଣେ ବରିଷ୍ଠ ଡାକ୍ତରଙ୍କ ମତରେ ଏହି ଧୂଆଁ ମଣିଷ ପାଇଁ ବିପଦ । ଏହା ଦ୍ୱାରା ମତିଭ୍ରମ ଏବଂ ଭୋକ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ । ଏପରିକି ବିଷାକ୍ତ ବିଛା ଯୋଗୁ ମୃତ୍ୟୁର ଭୟ ମଧ୍ୟ ମଧ୍ୟ ରହିଛି । ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବା ପାଇଁ ଉଦ୍ୟମ କରିବାରେ ବିଫଳ ହୋଇଛି । ଗୋଟିଏ ଜିଲାରୁ ଏବେ ଏହା ୭ଜିଲାକୁ ବ୍ୟାପି ସାରିଛି ।

Leave A Reply

Your email address will not be published.