Latest Odisha News

ଭାରତୀୟ ଦୃଷ୍ଟିହୀନ ଟିମରେ ଓଡିଆ ପୁଅ ନକୁଳ ବଡନାୟକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ବାଂଲାଦେଶ ବିପକ୍ଷ ଦୃଷ୍ଟିହୀନ ଟି୨୦ ଏବଂ ଦିନିକିଆ କ୍ରିକେଟ ପାଇଁ ଶୁକ୍ରବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ସୁଯୋଗ ମିଳିଛି । ସୁନୀଲ ରମେଶ ଏବଂ ଦୀପକ ମଲିକଙ୍କୁ ଦଳର ଅଧିନାୟକ ଏବଂ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଡିସେମ୍ବର ୨୪, ୨୫ ଓ ୧୬ରେ ୩ଟି ଯାକ ଟି୨୦ ମ୍ୟାଚ ଖେଳାଯିବ । ସେହିପରି ଦିନିକିଆ ସିରିଜର ୩ଟି ଯାକ ମ୍ୟାଚ ୨୭, ୨୮ ଓ ୨୯ରେ ହେବ ।

ଭାରତୀୟ ଦଳ: ବି୧ କ୍ୟାଟେଗୋରୀ- କଳ୍ପେଶ ନିମ୍ବଦକର, ଲଳିତ ମୀନା, ଏ.ଭେଙ୍କେଟେଶ୍ୱର ରାଓ, ଓମ ପ୍ରକାଶ, ପ୍ରବୀଣ କୁମାର ଶର୍ମା । ବି୨ କ୍ୟାଟେଗୋରୀ: ଡି.ଭେଙ୍କେଟେଶ୍ୱର ରାଓ, ଏ.ମୀନାଶ, ଇରଫାନ ଦିୱାନ, ନକୁଳ ବଡନାୟକ । ବି୩ କ୍ୟାଟେଗୋରୀ: ଦୀପକ ମଲିକ(ଉପ ଅଧିନାୟକ), ପ୍ରକାଶ ଜୟରମେୟା, ସୁନୀଲ ରମେଶ(ଅଧିନାୟକ), ଦୁର୍ଗା ରାଓ ଓ ବିଜୟ କୁମାର ।

Leave A Reply

Your email address will not be published.