ନୂଆଦିଲ୍ଲୀ: ଆଜିକାଲି ବିବାହ ଫଟୋ ସୁଟ୍ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ତେବେ ଖଲିଜ୍ ଟାଇମସ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍ ସମୟରେ ଏକ ସିଂହ ଛୁଆ ସହିତ ଫଟୋ ସୁଟ କରୁଥିବାର ନଜର ଆସିଛନ୍ତି। ଏହି ନିଷ୍ପତ୍ତି ନେବା ପରେ ସୋସିଆଲ ମିଡିଆରେ ଏହି ପାକିସ୍ତାନୀ ଦମ୍ପତିଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ତାଙ୍କ ବିବାହ ଫଟୋସୁଟ୍ର ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା।
ଟୁଇଟରରେ ଏକ ପୋଷ୍ଟରେ ପାକିସ୍ତାନର ପଶୁ କଲ୍ୟାଣ ସଂଗଠନ ସେଭ୍ ୱାଇଲ୍ଡ ଏହି ଦମ୍ପତି ସିଂହ ଛୁଆ ସହିତ ଫଟୋ ଉଠାଇଥିବା ଆଠ ସେକେଣ୍ଡର ଏହି ଭିଡିଓ ସେୟାର କରିଛନ୍ତି।
Video: Outrage as lion cub is used in #Pakistan wedding shoot@wildpakistan #wedding
https://t.co/e9vEFZ58w2— Khaleej Times (@khaleejtimes) March 15, 2021
ସେଭ୍ ୱାଇଲ୍ଡ ସେମାନଙ୍କ ପୋଷ୍ଟରେ ପଞ୍ଜାବ ୱାଇଲ୍ଡ ଲାଇଫ ଏବଂ ପାର୍କ ବିଭାଗକୁ ଟ୍ୟାଗ୍ କରି ସିଂହ ଛୁଆଟିକୁ ଉଦ୍ଧାର କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।
ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ବ୍ୟବହାରକାରୀମାନେ ଦମ୍ପତିଙ୍କୁ କଡା ନିନ୍ଦା କରିଥିବାର ଏହି ଭିଡିଓ ବେଶ୍ ଭାଇରାଲ ହୋଇଛି।
Comments are closed.