Latest Odisha News

BREAKING NEWS

ନୋଟା ଭୋଟ୍ ଅଧିକ ହେଲେ ନିର୍ବାଚନ ରଦ୍ଦ !

ନୂଆଦିଲ୍ଲୀ: ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି।

ସୂଚନା ଅନୁଯାୟୀ, ଯଦି ନୋଟାର ଭୋଟ୍ ଅଧିକ, ତେବେ ସେହି ନିର୍ବାଚନକୁ ବାତିଲ କରାଯାଉ। ଏଥିସହିତ ନିର୍ବାଚନ ପ୍ରକ୍ରିୟା ପୁନର୍ବାର କରାଯିବା ଉଚିତ୍ ବୋଲି ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ରହିଛି।

ସୁପ୍ରିମକୋର୍ଟ ମଧ୍ୟ ଏହି ଆବେଦନକୁ ଗ୍ରହଣ କରିବା ସହ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ ପଠାଇଛନ୍ତି। ଯଦି ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଦାବି ସହ ସହମତ ହୁଅନ୍ତି, ତେବେ ନିର୍ବାଚନ ପ୍ରକ୍ରିୟାରେ ଏହା ଏକ ଐତିହାସିକ ନିଷ୍ପତ୍ତି ହେବ ବୋଲି ଚର୍ଚ୍ଚା ହେଉଛି।

ବିଜେପି ନେତା ତଥା ଆଇନଜୀବୀ ଅଶ୍ୱନୀ କୁମାର ଉପାଧ୍ୟାୟଙ୍କ ଦ୍ଵାରା ଏହି ପିଟିସନ ଦାଖଲ ହୋଇଥିଲା। ହେଲେ ତାଙ୍କ ପାଇଁ ବରିଷ୍ଠ ଓକିଲ ମାନେକା ଗୁରୁସ୍ୱାମୀ କୋର୍ଟରେ ହାଜର ହୋଇଥିଲେ। ସେ କହିଛନ୍ତି ଯେ ୨୦୧୩ ମସିହାରେ ସୁପ୍ରିମକୋର୍ଟ ଭୋଟରଙ୍କୁ ନୋଟାରେ ଭୋଟ୍ ଦେବାର ଅଧିକାର ଦେଇଥିଲେ। ଯଦିଓ ନୋଟାର ଅଧିକାର ଜନସାଧାରଣଙ୍କ ପାଖରେ ଅଛି ତଥାପି ଏହାର କୌଣସି ଗୁରୁତ୍ୱ ନାହିଁ।

ସେ ଉଦାହରଣ ଦେଇ କହିଛନ୍ତି ଯେ ଯଦି ଏକ ନିର୍ବାଚନରେ ​​୯୯ ପ୍ରତିଶତ ଭୋଟ୍ ଘଙଞଇ କୁ ଯାଏ ଏବଂ ପ୍ରାର୍ଥୀଙ୍କୁ ଏକ ପ୍ରତିଶତ ଭୋଟ୍ ଦିଆଯାଏ, ତେବେ ଏକ ପ୍ରତିଶତ ଆଧାରରେ ପ୍ରାର୍ଥୀଙ୍କ ବିଜୟ ହେବ।

ମନେକା ଗୁରୁସ୍ୱାମୀ ଆହୁରି କହିଛନ୍ତି ଯେ ଯଦି କୋର୍ଟ ଚାହାଁନ୍ତି, ତେବେ ନୋଟାର ଭୋଟ୍ ପ୍ରତିଶତ ସ୍ଥିର କରିପାରିବ। ଉଦାହରଣ ସ୍ୱରୂପ ଯଦି ୫୦ ପ୍ରତିଶତରୁ ଅଧିକ ଭୋଟ୍ ନୋଟା ହୁଏ ତେବେ ନିର୍ବାଚନ ବାତିଲ ହୋଇପାରିବ ଜ୍ଝ

ଚିଫ୍ ଜଷ୍ଟିସ୍ ଏସ୍ ବୋ
ବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟନମଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରାଯାଇଥିଲା। ଯେଉଁଥିରେ ସେମାନେ ଆଇନ ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଧରାଯାଉ ନୋଟା କାରଣରୁ ଅନେକ ଆସନରେ ଥିବା ନିର୍ବାଚନକୁ ବାତିଲ କରିବାକୁ ପଡିବ, ତେବେ ସରକାର କିପରି ଗଠନ ହେବ?

Leave A Reply

Your email address will not be published.