Latest Odisha News

ପୁଣି ଜଣେ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ସଂଯୋଗ ବିଷୟରେ ସମସ୍ତେ ଜାଣନ୍ତି । ପୂର୍ବରୁ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ବିବାହ କରି ଘର ସଂସାର କରିସାରିଛନ୍ତି । ଅଧିକାଂଶ ସମୟରେ କ୍ରିକେଟରମାନେ ଅଭିନେତ୍ରୀମାନଙ୍କୁ ଡେଟ୍ କରୁଥିବା କଥା ଆମେ ଶୁଣିଛନ୍ତି । ଏବେ ପୁଣି ଏକ କ୍ରିକେଟର ଓ ଅଭିନେତ୍ରୀ ଯୋଡ଼ିଙ୍କୁ ଚର୍ଚ୍ଚା ଜୋର ଧରିଛି । ଏହି ଯୋଡ଼ି ହେଉଛନ୍ତି କ୍ରିକେଟର ବାବର ଆଜମ୍ ଏବଂ ଅଭିନେତ୍ରୀ ହାନିଆ ଆମୀର । ଏହି ଦୁହେଁ ଡ଼େଟ୍ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଆଲୋଚନା ହେଉଛି ।

ଆଇସିସି ବିଶ୍ୱକପ୍‌-୨୦୨୩ ମଧ୍ୟରେ ପାକ୍ ଟିମ୍‌ର ଅଧିନାୟକ ବାବର ଆଜମ୍‌ଙ୍କ ନାମ ପାକ୍ ସିନେମାର ସୁନ୍ଦରୀ ଅଭିନେତ୍ରୀ ହାନିଆ ଆମୀରଙ୍କ ସହ ଯୋଡ଼ି ହୋଇଛି । ଏହି ଦୁଇ ଜଣଙ୍କ ଡେଟିଂର ଖବର ଏବେ ଖୁବ୍ ଜୋରରେ ଭାଇରାଲ୍ ହୋଇ ଚାଲିଛି । ଏ ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକମାନେ ବି ବେଶ୍ ପସନ୍ଦ କରିଛନ୍ତି ।

Comments are closed.