Latest Odisha News

BREAKING NEWS

ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ । ଆଫଗାନିସ୍ତାନରେ ଥିବା ବିଭିନ୍ନ ଭାରତୀୟ ସଂସ୍ଥା ଓ ପ୍ରକଳ୍ପକୁ ଟାର୍ଗେଟ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରେ ଏବେ ଅସ୍ଥିରତା ଲାଗି ରହିଥିବା ବେଳେ, ଆଇଏସଆଇର ଏହି ଅଭିଯାନ ଭାରତ ଲାଗି ଚିନ୍ତାର କାରଣ ହୋଇଛି ।

ଆଫଗାନିସ୍ତାନ ପଠାଯାଇଥିବା କିଛି ପାକ୍ ଯୁଦ୍ଧ କର୍ମୀ ଓ ତାଲିବାନ ବାହିନୀ ଆଇଏସଆଇ ନିର୍ଦ୍ଦେଶରେ ସେଠାରେ କାମ କରୁଛନ୍ତି । ଆଫଗାନିସ୍ତାନରେ ଯେପରି ଭାରତର ସଦ୍ଦିଚ୍ଛାମୂଳକ କାର୍ଯ୍ୟର କୌଣସି ପ୍ରମାଣ ରହିବ ନାହିଁ, ସେଥିଲାଗି କାର୍ଯ୍ୟ କରିବା ଲାଗି ଆଇଏସଆଇ ନିର୍ଦ୍ଦେଶ ଦେଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ସରକାର ସଦ୍ଦିଚ୍ଛାମୂଳକ ପଦକ୍ଷେପ ଭାବେ ଆଫଗାନିସ୍ତାନରେ ୩୦୦ ବିଲିୟନ ଡଲାର ବିଭିନ୍ନ ପ୍ରକଳ୍ପ ଲାଗି ନିବେଶ କରିଛନ୍ତି । ଏଥିରେ ରହିଛି ଡେଲାରାମ ଓ ଜାରଞ୍ଜ ସଲମା ଡ୍ୟାମ ମଧ୍ୟରେ ୨୧୮ କିଲୋମିଟର ଦୀର୍ଘ ରାସ୍ତା । ଏହାସହ ୨୦୧୫ରେ ଭାରତ ନିର୍ମାଣ କରିଥିଲା ଆଫଗାନ ସଂସଦ ଭବନ । କୁହାଯାଉଛି ଆଫଗାନିସ୍ତାନକୁ ପାକିସ୍ତାନର ୧୦ ହଜାରରୁ ଅଧିକ ପାକ୍ ଯୁଦ୍ଧ କର୍ମୀଙ୍କୁ ଆଇଏସଆଇ ପଠାଇଛି ।

Leave A Reply

Your email address will not be published.