Latest Odisha News

BREAKING NEWS

ଚୀନ୍‌ରେ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ପାକିସ୍ତାନୀ ଫିଲ୍ମ ‘ପର୍‌ବାଜ୍‌ ହୈ ଜୁନୁନ୍‌’

ବେଜିଂ: ଚାଇନାରେ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସାମରିକ କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଚତୁର୍ଥ ପିଢିର ଯୁଦ୍ଧ ବିମାନ JF-17 ର ଫ୍ରାନ୍ସରେ ନିର୍ମିତ ମିରାଜ୍ ୨୦୦୦ ସହିତ ତୁଳନା କରାଯାଇଛି। ରିପୋର୍ଟ ଅନୁଯାୟୀ ଫିଲ୍ମ’ ପର୍‌ବାଜ ହୈ ଜୁନୁନ୍‌ ‘ହେଉଛି ପାକିସ୍ତାନର ପ୍ରଥମ ଚଳଚ୍ଚିତ୍ର ଯାହା ୪୫ ବର୍ଷ ପରେ ଚାଇନାରେ ମୁକ୍ତିଲାଭ କରିଛି। ଏହା ୨୦୧୮ ରେ ଆସିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହାସିବ ହାସନ।

ଶୁକ୍ରବାର ଦିନ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟତଃ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସାମରିକ ସହଯୋଗର ଚିତ୍ର ରହିଛି। ଏହି ଚଳଚ୍ଚିତ୍ରରେ ଦୁଇଜଣ ଯୁବକଙ୍କ କାହାଣୀ କୁହାଯାଇଛି, ଯେଉଁମାନେ ଅନେକ ଚ୍ୟାଲେଞ୍ଜ ଏବଂ ବାଧାବିଘ୍ନକୁ ଅତିକ୍ରମ କରିବା ପରେ ପାକିସ୍ତାନର ସର୍ବୋତ୍ତମ ଯୁଦ୍ଧ ବିମାନ ପାଇଲଟ୍ ହୋଇଥିଲେ। ଏହି ଚଳଚ୍ଚିତ୍ରରେ ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ନିର୍ମିତ ଚତୁର୍ଥ ପିଢିର ଯୁଦ୍ଧ ବିମାନ JF-17 ମଧ୍ୟ ପ୍ରଦର୍ଶିତ ହୋଇଛି।

Leave A Reply

Your email address will not be published.