Latest Odisha News

BREAKING NEWS

ଗ୍ଲୋବାଲ ଟାଇମ୍ସରେ ଭାରତକୁ ସମାଲୋଚନା, ଚୀନ ଏଲଇଡି ବିନା ଭାରତର ଦୀପାବଳୀ ଅନ୍ଧକାରମୟ ହୋଇଯିବ

ନୂଆଦିଲ୍ଲୀ: ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ପୁନର୍ବାର ଭାରତକୁ ସମାଲୋଚନା କରିଛି । ଏପରିକି ଚୀନ ଏଲଇଡି ଲାଇଟ ବିନା ଭାରତର ପ୍ରକାଶ ପର୍ବ ଦୀପାବଳୀ ଅନ୍ଧକାରମୟ ହୋଇଯିବ ବୋଲି କହିଛି । ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଭାରତୀୟବାସୀ ବହୁ ପରିମାଣର ଏଲଇଡି ଲାଇଟ କିଣୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଅଭିଯାନକୁ ମଧ୍ୟ ସମାଲୋଚନା କରାଯାଇଛି । ଚୀନ କମ୍ପାନୀର ଭାରତୀୟଙ୍କ ଅର୍ଡର ପୂରା କରିବା ପାଇଁ ଅକ୍ଟୋବରରୁ କାମରେ ଲାଗିଛନ୍ତି । ଶସ୍ତା ଓ ସୁବିଧା ପାଇଁ ଭାରତୀୟବାସୀ କେବେ ହେଲେ ଏଲଇଡିକୁ ପରିତ୍ୟାଗ କରିବେ ନାହିଁ । ତେବେ ଚୀନ ମାନୁ କି ନ ମାନୁ ଚଳିତ ବର୍ଷ ଭାରତରେ ଏହାର ଉତ୍ପାଦ ପରିମାଣ କମିବାରେ ଲାଗିଛି ।

Leave A Reply

Your email address will not be published.