Latest Odisha News

BREAKING NEWS

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ପୋଲିସର ଅପହରଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ପରେ ବିବାହ

ଅମ୍ରିତସର: ପାକିସ୍ତାନରେ ଲଭ୍ ଜିହାଦର ଆଉ ଏକ ମାମଲା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ପୋଲିସ କର୍ମଚାରୀ ଜୋରଜବରଦସ୍ତ ଉଠାଇ ନେଇଛନ୍ତି । ଯୁବତୀ ଜଣଙ୍କୁ ବିବାହ ଲାଗି ଜବରଦସ୍ତି ଇସଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସିନ୍ଧ ପ୍ରଦେଶର ଫିରୋଜ ଜିଲ୍ଲାର ହଲଣି ଦରବାରରେ ରୁହନ୍ତି ରମେଶ ଲାଲ୍ । ରମେଶଙ୍କ ଝିଅ ନୀନା କୁମାରୀଙ୍କୁ ପୋଲିସ ଅଫିସର୍ ଗୁଲାମ ମାରୁଫ କ୍ୱାଦ୍ରି ଅପହରଣ କରିନେଇଛି । ଗୁଲାମ ସଂଖ୍ୟାଲଘୁ ବସବାସ କରୁଥିବା ଅଞ୍ଚଳରେ ସୁରକ୍ଷା ପାଇଁ ମୁତୟନ ଅଛି ।

ସ୍ଥାନୀୟ ଅଞ୍ଚଳର ଜଣେ ହିନ୍ଦୁ ନେତାଙ୍କ ଅନୁସାରେ, ନୀନା ୫ ଦିନ ହେଲା ନିଖୋଜ ଅଛି । ନୀନା ସ୍କୁଲ ଯାଇ ଫେରନିଥିଲା । ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି ପରେ ଜାଣିବାକୁ ପାଇଲେ ଝିଅକୁ କିଡନ୍ୟାପ୍ କରାଯାଇଛି ।

ପାକିସ୍ତାନ ହିନ୍ଦୁ ପଞ୍ଚାୟତ ଅନୁସାରେ, ପୋଲିସ କର୍ମଚାରୀ କ୍ୱାଦ୍ରି ନୀନାର ଧର୍ମ ପରିବର୍ତ୍ତନ କରାଚୀର ଏକ ମସଜିଦରେ ଫେବ୍ରୁଆରୀ ୧୧ ତାରିଖରେ କରିଛି । ଏବେ ତା’ର ନାଁ ମାରିଆ । ମଙ୍ଗଳବାର ନୀନାର ବିବାହ ଘର ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ହୋଇଛି ।

Leave A Reply

Your email address will not be published.