ଲାହୋର: ଏବେ କିଛି ଦିନ ହେବ ପାକିସ୍ତାନରେ ଏ ଭଳି ବିବାହ ଖବର ଆସୁଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରି ଦେଉଛି । ଏବେ ପାକିସ୍ତାନର ୩୫ ବର୍ଷୀୟ ନଇମ ଶେହଜାଦ କାନାଡାର ୭୦ ବର୍ଷୀୟା ମ୍ୟାରୀଙ୍କୁ ବିବାହ କରିଛନ୍ତି । ଫେସବୁକ ମାଧ୍ୟମରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ମ୍ୟାରୀ ତାଙ୍କୁ ପ୍ରପୋଜ କରିଥିଲେ । ଶେଷରେ ଉଭୟ ବିବାହ କରିଥିଲେ । ତେବେ ନଇମ ଭିସା ପାଇବା ଲୋଭରେ ଏଥିରେ ରାଜି ହୋଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଏହା ସମ୍ଭବପର ହୋଇ ନ ଥିଲା । ଭିସା ଅସୁବିଧା ଯୋଗୁ ଉଭୟ କାନାଡାରେ ଏକତ୍ର ରହିପାରି ନ ଥିଲେ । ମ୍ୟାରୀ ପାକିସ୍ତାନ ଆସି ୬ ମାସ ନଇମଙ୍କ ସହିତ ରହିଥିଲେ ।
ଆମ ଭିତରେ ବୟସ ବ୍ୟବଧାନ ରହିଥିଲେ ମଧ୍ୟ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉ ନାହିଁ । ତେବେ ଅର୍ଥ ଓ ପେନସନ ଲୋଭରେ ସେ ମ୍ୟାରୀଙ୍କୁ ବିବାହ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମ୍ୟାରୀ ଚାପଗ୍ରସ୍ତ ଥିଲେ । ସେ ତାଙ୍କ ପାରିବାରିକ ସମସ୍ୟା ନେଇ ମୋ ସହିତ ଆଲୋଚନା କରିବା ପରେ ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା । ମ୍ୟାରୀଙ୍କ ପାଖରେ କୌଣସି ଦାମୀ ସାମଗ୍ରୀ ନ ଥିଲା । ଆମେ ଏବେ ସାମାନ୍ୟ ଜୀବନ ଯାପନ କରୁଛି ବୋଲି ନଇମ କହିଛନ୍ତି ।
Comments are closed.