Latest Odisha News

BREAKING NEWS

କାନାଡାରେ ରହୁଥିବା ଖଲିସ୍ଥାନୀଙ୍କୁ ନେଇ ବଡ ଖୁଲାସା: ସାମ୍ନାକୁ ଆସିଲା ପାକିସ୍ତାନୀ ଏବଂ ଆଇଏସଆଇ ଲିଙ୍କ

ନୂଆଦିଲ୍ଲୀ: ଭାରତକୁ ଆକ୍ଷେପ କରି ଆତଙ୍କବାଦର କାଦୁଅ ଛାଟୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବିଶ୍ୱ ସମର୍ଥନ ମିଳିନି । ଟ୍ରୁଡୋ ନିଜ ସଂସଦରେ ଭାରତ ଉପରେ ଏକ ଆତଙ୍କବାଦୀର ହତ୍ୟା ଅଭିଯୋଗ ଲଗାଇଥିଲେ । ହେଲେ ତାଙ୍କର ଏହି ଅଭିଯୋଗକୁ କୌଣସି ଦେଶ ସମର୍ଥନ ଦେଉ ନ ଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । କାନଡାରେ ବଢୁଥିବା ଖଲିସ୍ତାନୀଙ୍କର ପାକିସ୍ତାନୀ ଲିଙ୍କକୁ ନେଇ ଏକ ବଡ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ  କାନାଡାରେ ଖଲିସ୍ତାନ କାର୍ଯ୍ୟକଳାପକୁ ତେଜିବା ପାଇଁ ଫଣ୍ଡିଂ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ମଧ୍ୟରେ କାନାଡାରେ ରହୁ୍ଥିବା ଖଲିସ୍ତାକୀ ଆତଙ୍କୀଙ୍କୁ ବଡ ଧରଣର ଆର୍ଥିକ ସହାୟତା ମିଳୁଛି । ଲୋକଙ୍କୁ ଆନ୍ଦୋଳନ ସ୍ଥଳକୁ ନେବା, ପୋଷ୍ଟର, ବ୍ୟାନର ଏବଂ ଭାରତ ବିରୋଧରେ ଯୁବକଙ୍କ ମତେଇବା ଉଦ୍ଦେଶ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯାଉଛି । ସେତିକୁ ନୁହେଁ, ଭାରତରୁ ପଢିବା ପାଇଁ ଯାଉଥିବା ଛାତ୍ରମାନଙ୍କୁ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଛି ।

ଏପଟେ କାନାଡାରେ ସେପ୍ଟେମ୍ବର ୨୫ରେ ଭାରତ ବିରୋଧରେ ଖଲିସ୍ଥାନ ସମର୍ଥିତଙ୍କ ରାଲି ବାହାରିବ । ଖଲିସ୍ଥାନୀ ସମର୍ଥକମାନେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା ରହିଛି ।  ଏହି ରାଲିରେ ହିଂସାକାଣ୍ଡ ଘଟିବା ଆଶଙ୍କା ରହିଛି । ତେଣୁ ଭାରତୀୟ ଡିପ୍ଲୋମାଟ୍ସ ଏବଂ କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ କୁହାଯାଇଛି । କାହାଡାରେ ରହୁଥିବା ୨୦ରୁ ଅଧିକ ଖଲିସ୍ଥାନୀ ପାକିସ୍ତାନର ଆଇଏସଆଇ ସହ ମିଶି କାନାଡାରେ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ।

ଭାରତ ୯ ଖଲିସ୍ତାନୀ ସମର୍ଥିତ ଆତଙ୍କୀ ସଂଗଠନର ଲିଷ୍ଟ ଦେଇଛି ଯିଏ କାନାଡାରେ ରହି ଲଗାତାର ପଞ୍ଜାବ ଏବଂ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଘଟାଉଛି । ତେବେ ଏପରି ସ୍ଥିତିରେ ପାକିସ୍ତାନର କିଛି ସୋସିଆଲ ମିଡିଆ ହାଣ୍ଡେଲରେ ଏହି ଉତ୍ତେଜନାକୁ ନେଇ ଅପପ୍ରଚାର କରାଯାଉଛି । ଟ୍ରୁଡୋଙ୍କର ଓଏସଆଇଏନଟି ଟିମ ପାକିସ୍ତାନ ସହ ସମ୍ପର୍କ ଥିବା ଏମିତି ଅନେକ ଟୁଇଟର ହାଣ୍ଡେଲର ପତା ଲଗାଇ ସାରିଲେଣି ଯେଉଁଥିରେ ପୁରୁଣା ଭିଡିଓ ସେୟାର କରି ନିଆଁରେ ଘିଅ ଢାଳୁଛନ୍ତି ।

Leave A Reply

Your email address will not be published.