ଇସଲାମବାଦ: ପୁଣି ପାକିସ୍ତାନର ଅଭଦ୍ରାମୀ ସାମ୍ନାକୁ ଆସିଲା । ଏଥର ଭାରତ ବିରୋଧରେ ବିଷୋଦଗାର କରି ନୁହେଁ ବରଂ ନିଜ ନିଜ ଉପରକୁ କାଦୁଅ ଛାଟି ପଦାରେ ପକାଇଛି ନିଜର ଦୁର୍ଗୁଣ ।
ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ । ସୋର ଲାଇଭ ଚାଲିଥାଏ । ହଠାତ ଦେଖିବାକୁ ମିଳିଲା ଦୁଇ ଆଲୋଚକ ପରସ୍ପର ଉପରେ ବର୍ଷିଲେ । କଥା ଏତେ ଦୂର ଗଲା ଯେ ଶେଷରେ ସିଟରୁ ଉଠି ବାଡାବାଡି ହୋଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନର ଲୋକପ୍ରିୟ ଟକ ସୋ ‘କଲ ତକ’ରେ ଏମିତି ଘଟଣା ଦେଖିବାକୁ ମିଳିଥିଲା ।
ଏହି ଟକ ସୋରେ ସାମିଲ ହୋଇଥିଲେ ଦୁଇ ରାଜନେତା ଇମ୍ରାନଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫର ଓକିଲ ଶେର ଅଫଜଲ ମାରବତ ଏବଂ ନବାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗର ନବାଜର ସିନେଟର ଅଫନାନ ଉଲ୍ଲାହ । ସିନେଟର ଅଫନାନ ଉଲ୍ଲାହ ଖାନ ପିଟିଆଇର ଇମ୍ରାନ ଖାନଙ୍କ ବିରୋଧରେ ଖରାପ ଭାଷାରେ କହିବାକୁ ଲାଗିଲେ ଏବଂ ସେନା ସହ ଗୁପ୍ତ ଚର୍ଚ୍ଚା କରୁଥିବା ଅଭିଯୋଗ ଆଣିଥିଲେ ସେତେବେଳେ ଆଲୋଚନା ଉଗ୍ର ରୂପ ନେଇଥିଲା । ଏପରକି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ।
ଏପରି ଅଭିଯୋଗକୁ ଯୁକ୍ତିରେ ସାମ୍ନା କରିବା ପରିବର୍ତ୍ତେ ଅଫଜଲ ମାରବତ ଶାରୀରିକ ହିଂସାର ଆଶ୍ରୟ ନେଇଥିଲେ । ସେ ଖାନଙ୍କ ମୁଣ୍ଡକୁ ଜୋରଦାର ଆକ୍ରମଣ କରିଥିଲେ । ଖାନ ଯେମିତି ଏହାର ପାଲଟା ଜବାବ ଦେଇଥିଲେ ସ୍ଥିତି ବିଗିଡି ଯାଇଥିଲା । ଲାଇଭ ଟେଲିଭିଜନରେ ଉଭୟ ମାରପିଟ ହେବାର ଦୃଶ୍ୟ ଦେଖୁଥିଲା ସାରା ଦୁନିଆ । ଶୋର କ୍ରୁ ଏବଂ ହୋଷ୍ଟ ଉଭୟଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଏପଟେ ଲଜ୍ଜାରେ ସାରା ପାକିସ୍ତାନୀ ଏବଂ ପାକିସ୍ତାନର ମୁଣ୍ଡ ନଇଁ ଯାଉଥିଲା ।
କାର୍ଯ୍ୟକ୍ରମ ପରେ ଉଭୟ ନେତା ନିଜର ପକ୍ଷ ରଖିବା ପାଇଁ ସୋସିଆଲ ମିଡିଆର ସହାରା ନେଇଥିଲେ । ପିଟିଆଇ ନେତା ଇମ୍ରାନଙ୍କ ବିରୋଧରେ ଅପମାନଜନକ କଥା କହିବା ଅଭିଯୋଗ ଆଣି ନିଜ ବ୍ୟବହାରକୁ ଠିକ ସାବ୍ୟସ୍ତ କରିବାକୁ ପ୍ରୟାସ କରିଛନ୍ତି ।
ଅନ୍ୟପକ୍ଷେ ସିନେଟର ଅଫନାନ ଉଲ୍ଲାହ ଖାନ ଅହିଂସା ଉପରେ ବିଶ୍ୱାସ ରଖନ୍ତି ବୋଲି କହନ୍ତି । କିନ୍ତୁ ନବାଜ ଶରିଫଙ୍କ ସୈନିକକ ଭାବେ ନିଜ କାମକୁ ଠିକ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ ମୁଁ ଅହିଂସା ଉପରେ ବିଶ୍ୱାସ କରେ । କନ୍ତୁ ମୁଁ ନବାଜ ଶରିଫଙ୍କ ସିପାହୀ । ମାରବତ ଯାହ କଲେ ଠିକ କଲେନି ବୋଲି ସେ କହଛନ୍ତି ।
مرشد کو گالی دو گے تو مرید تو جواب دے گا ہی۔۔ اور جواب بنتا بھی ہے! کوئی تو ان کو انکی زبان میں سمجانے والا ہو!
پکڑنا ہے یا چھوڑنا ہے 🤣😎 pic.twitter.com/i52eSgjrGL— SB_Blog (@Bukhari2204) September 28, 2023
Comments are closed.