Latest Odisha News

BREAKING NEWS

ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା: ଦେଖୁଥିଲା ସାରା ବିଶ୍ୱ

ଇସଲାମବାଦ: ପୁଣି ପାକିସ୍ତାନର ଅଭଦ୍ରାମୀ ସାମ୍ନାକୁ ଆସିଲା । ଏଥର ଭାରତ ବିରୋଧରେ ବିଷୋଦଗାର କରି ନୁହେଁ ବରଂ ନିଜ ନିଜ ଉପରକୁ କାଦୁଅ ଛାଟି ପଦାରେ ପକାଇଛି ନିଜର ଦୁର୍ଗୁଣ ।

ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ । ସୋର ଲାଇଭ ଚାଲିଥାଏ । ହଠାତ ଦେଖିବାକୁ ମିଳିଲା ଦୁଇ ଆଲୋଚକ ପରସ୍ପର ଉପରେ ବର୍ଷିଲେ  । କଥା ଏତେ ଦୂର ଗଲା ଯେ ଶେଷରେ ସିଟରୁ ଉଠି ବାଡାବାଡି ହୋଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନର ଲୋକପ୍ରିୟ ଟକ ସୋ ‘କଲ ତକ’ରେ ଏମିତି ଘଟଣା ଦେଖିବାକୁ ମିଳିଥିଲା ।

ଏହି ଟକ ସୋରେ ସାମିଲ  ହୋଇଥିଲେ ଦୁଇ ରାଜନେତା ଇମ୍ରାନଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫର  ଓକିଲ ଶେର ଅଫଜଲ ମାରବତ ଏବଂ ନବାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗର ନବାଜର ସିନେଟର ଅଫନାନ ଉଲ୍ଲାହ । ସିନେଟର ଅଫନାନ ଉଲ୍ଲାହ ଖାନ ପିଟିଆଇର ଇମ୍ରାନ ଖାନଙ୍କ ବିରୋଧରେ ଖରାପ ଭାଷାରେ କହିବାକୁ ଲାଗିଲେ ଏବଂ ସେନା ସହ ଗୁପ୍ତ ଚର୍ଚ୍ଚା କରୁଥିବା ଅଭିଯୋଗ ଆଣିଥିଲେ ସେତେବେଳେ ଆଲୋଚନା ଉଗ୍ର ରୂପ ନେଇଥିଲା । ଏପରକି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ।

ଏପରି ଅଭିଯୋଗକୁ ଯୁକ୍ତିରେ ସାମ୍ନା କରିବା ପରିବର୍ତ୍ତେ  ଅଫଜଲ ମାରବତ ଶାରୀରିକ ହିଂସାର ଆଶ୍ରୟ ନେଇଥିଲେ । ସେ ଖାନଙ୍କ ମୁଣ୍ଡକୁ ଜୋରଦାର ଆକ୍ରମଣ କରିଥିଲେ । ଖାନ ଯେମିତି ଏହାର ପାଲଟା ଜବାବ ଦେଇଥିଲେ ସ୍ଥିତି ବିଗିଡି ଯାଇଥିଲା । ଲାଇଭ ଟେଲିଭିଜନରେ ଉଭୟ ମାରପିଟ ହେବାର ଦୃଶ୍ୟ ଦେଖୁଥିଲା ସାରା ଦୁନିଆ । ଶୋର କ୍ରୁ ଏବଂ ହୋଷ୍ଟ ଉଭୟଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଏପଟେ ଲଜ୍ଜାରେ  ସାରା ପାକିସ୍ତାନୀ ଏବଂ ପାକିସ୍ତାନର ମୁଣ୍ଡ ନଇଁ ଯାଉଥିଲା ।

କାର୍ଯ୍ୟକ୍ରମ ପରେ ଉଭୟ ନେତା ନିଜର ପକ୍ଷ ରଖିବା ପାଇଁ ସୋସିଆଲ ମିଡିଆର ସହାରା ନେଇଥିଲେ । ପିଟିଆଇ ନେତା ଇମ୍ରାନଙ୍କ ବିରୋଧରେ ଅପମାନଜନକ କଥା କହିବା ଅଭିଯୋଗ ଆଣି ନିଜ ବ୍ୟବହାରକୁ ଠିକ ସାବ୍ୟସ୍ତ କରିବାକୁ ପ୍ରୟାସ କରିଛନ୍ତି ।

ଅନ୍ୟପକ୍ଷେ ସିନେଟର ଅଫନାନ ଉଲ୍ଲାହ ଖାନ ଅହିଂସା ଉପରେ ବିଶ୍ୱାସ ରଖନ୍ତି ବୋଲି କହନ୍ତି । କିନ୍ତୁ ନବାଜ ଶରିଫଙ୍କ ସୈନିକକ ଭାବେ ନିଜ କାମକୁ ଠିକ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ ମୁଁ ଅହିଂସା ଉପରେ ବିଶ୍ୱାସ କରେ । କନ୍ତୁ ମୁଁ ନବାଜ ଶରିଫଙ୍କ ସିପାହୀ । ମାରବତ ଯାହ କଲେ ଠିକ କଲେନି ବୋଲି ସେ କହଛନ୍ତି ।

Leave A Reply

Your email address will not be published.