ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ରେ ବଡ ଧରଣର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନର ପିଏନଏସ ଗାଜୀ ବୁଡା ଜାହଜକୁ ଭାରତୀୟ ସେନା ଧରାଶାୟୀ କରିଥିଲେ । ୫୨ ବର୍ଷ ପରେ ବିଶାଖପଟନମରେ ଡିଏସଆରଭି ଏହି ବୁଡା ଜାହାଜର ଧ୍ୱଂସାବିଶେଷକୁ ଉଦ୍ଧାର କରିଛି । ସମୂଦ୍ରକୂଳରୁ ୨ କିଲୋମିଟର ଦୂରରେ ୧୦୦ ମିଟର ଗଭୀରରେ ଏହାକୁ ଉଦ୍ଧାର କରାଯାଇଥିଲା । ପିଏନଏସ ଗାଜୀ ପ୍ରକୃତରେ ଆମେରିକାର ଡିୟାଲ୍ଲୋ ନାମରେ ପରିଚିତ ଥିଲା । ଭାରତୀୟ ନୌସେନା ଏହି ଯୁଦ୍ଧରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କ ସମ୍ମାନ ପାଇଁ ଏହି ବୁଡା ଜାହାଜକୁ ଛୁଇଁବାକୁ ମନା କରି ଦେଇଥିଲେ ।
ନୌସେନାର ବିଶ୍ୱାସ ରହିଛି ଏହି ସବୁ ଜାହଜ ବାହାଦୂର ଆତ୍ମାଙ୍କ ବିଶ୍ରାମସ୍ଥଳୀ । ସେଥିପାଇଁ ସେମାନେ ଏହାକୁ ଛୁଅନ୍ତି ନାହିଁ । ପିଏନଏସ ଗାଜୀ ୧୪ ନଭେମ୍ବର ୧୯୭୧ରେ ପାକିସ୍ତାନରୁ କରାଚୀ ଅସିବା ପରେ ୪୮୦୦ କିଲୋମିଟର ଯାତ୍ରା କରି ଭାଇଜାଗରେ ପଂହଚିଥିଲା । ଭାରତର ଆଇଏନଏସ ବିକ୍ରାନ୍ତକୁ ଟାର୍ଗେଟ କରିଥିଲା । ମାତ୍ର ଭାରତର ବିଧ୍ୱଂସକ ଆଇଏନଏସ ରାଜପୁତ ଏହାକୁ ନଷ୍ଟ କରି ଦେଇଥିଲା ।
Comments are closed.