Latest Odisha News

BREAKING NEWS

ପାକିସ୍ତାନ ଛାଡିବେ ଟିକଟକ ଷ୍ଟାର ଜନ୍ନତ ମିର୍ଜା

ଲାହୋର: ପାକିସ୍ତାନର ଲୋକପ୍ରିୟ ଟିକଟକ ଷ୍ଟାର ଜନ୍ନତ ମିର୍ଜା ପାକିସ୍ତାନ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତକୁ ଅନୁସରଣ କରି ପାକିସ୍ତାନ ମଧ୍ୟ ଦେଶରେ ଟିକଟକକୁ ବ୍ୟାନ କରିଛି । ୨୨ ବର୍ଷୀୟା ଜନ୍ନତ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତାଙ୍କର ୧୦ ମିଲିୟନ ଫଲୋର୍ସ ରହିଛନ୍ତି ।

କାହିଁକି ପାକିସ୍ତାନ ଛାଡିବା ପାଇଁ ଚିନ୍ତା କରୁଛନ୍ତି ପ୍ରଶ୍ନର ଉତରରେ ସେ କହିଥିଲେ, ପାକିସ୍ତାନ ଲୋକଙ୍କ ଚିନ୍ତାଧାରା ଉନ୍ନତମାନର ନୁହେଁ । ତାଙ୍କର ଏହି ବୟାନକୁ କେତେକ ସାହାସୀ କହିଥିବା ବେଳେ ଅନ୍ୟମାନେ ଦେଶଦ୍ରୋହୀ ବୋଲି କହିଛନ୍ତି । ରିପୋର୍ଟ ମୁତାବକ ଜନ୍ନତ ଜାପାନ ଯିବା ପାଇଁ ଚିନ୍ତା କରୁଛନ୍ତି ।

Leave A Reply

Your email address will not be published.