Latest Odisha News

BREAKING NEWS

ଆସିଲା ନୋଟିସ, ଭଙ୍ଗାଯିବ ଜଗନ୍ନାଥ ଷ୍ଟାଡିୟମ ପାଖ ବଜାର

ପୁରୀ: ସ୍ଥାନୀୟ ପେଣ୍ଢକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ପାଖ ଦୋକାନ ଭାଙ୍ଗିବାକୁ ଜିଲ୍ଲା କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯୁଗ୍ମ ବୈଷୟିକ କମିଟି ଦ୍ୱାରା କରାଯାଇଥିବା ତଦନ୍ତ ଭିତ୍ତିରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ତଦନ୍ତ ଅନୁଯାୟୀ ଉକ୍ତ ବ୍ୟବସାୟୀ ସ୍ଥଳ ବର୍ତ୍ତମାନ ଅସୁରକ୍ଷିତ ହୋଇପଡିଛି ।

ଯେକୌଣସି ସମୟରେ ଭୁଶୁଡ଼ିଯିବାର ଆଶଙ୍କା ରହୁଥିବାରୁ ଦୋକାନ ବଜାର ଖାଲି କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ଆସନ୍ତା ୧୯ ତାରିଖ ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନକୁ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତା ୨୦ ତାରିଖ ଦିନ ଏହାକୁ ଭାଙ୍ଗିଦିଆଯିବ ।

ଏନେଇ ପୁରୀ ଉପଜିଲ୍ଲାପାଳ, ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କୁ ଅବଗତ କରିଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.