Latest Odisha News

BREAKING NEWS

ଭାରତର ୫ ରାଫେଲ ଖସାଇବା ମିଛ: ଗଣମାଧ୍ୟମରେ ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଲାଜ ନାହିଁ ପାକିସ୍ତାନ ମୁହଁକୁ, ଖାଲି ବାହସ୍ପଟ ମାରୁଛି। ଭାରତର ୫ଟି ରାଫେଲ ବିମାନ ଖସାଇ ଦେଇଥିବା ମିଛ ପ୍ରଚାର କରୁଥିବା ପାକିସ୍ତାନର ଏବେ ଜାତୀୟ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଯାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ମାଧ୍ୟମରେ ଶାହବାଜ ସରିଫ ସରକାରଙ୍କ ମିଛ ସାରା ବିଶ୍ୱ ସମ୍ମୁଖରେ ଆସିଯାଇଛି।

ତେବେ ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ ଜାରି ହୋଇଥିବା ୨୪ଟି ମିସାଇଲ ମଧ୍ୟରୁ ପାକିସ୍ତାନ କାଳେ ୫ଟିକୁ ନାକାମ୍ କରୁଥିବା ନେଇ ଦାବି କରିଆସୁଛି। ଯାହାକୁ ନେଇ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ରାଫେଲ ଗୁଳି କରି ଖସାଇ ଦେବାର ପ୍ରମାଣ ପଚରାଗଲା, ସେ କହିଲେ ଯେ ଏହା ସବୁ ସୋସିଆଲ ମିଡିଆରେ ଅଛି। କୌଣସି ଠୋସ ପ୍ରମାଣ ନଦେଇ ଗୋଟେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏପରି ଦାୟିତ୍ୱହୀନ ଉତ୍ତର ରଖିବା ସାମ୍ବାଦିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

ତେବେ ସିଏନଏନ ଶୋ’ରେ, ଆଙ୍କର ଖୱାଜା ଆସିଫଙ୍କୁ ପ୍ରଶ୍ନ କରିଥିଲେ, ପାକିସ୍ତାନ ଦାବି କରିଛି ଯେ ସେ ୫ଟି ଭାରତୀୟ ବାୟୁସେନାର ଜେଟ୍ ଖସାଇ ଦେଇଛି। ଭାରତ କହୁଛି ଯେ ଏହାର କୌଣସି ପ୍ରମାଣ ନାହିଁ, ତେଣୁ ଆପଣ ମୋତେ ଏହା ବିଷୟରେ ଅଧିକ ବିବରଣୀ ଦେଇପାରିବେ କି, କାରଣ ଆପଣଙ୍କ ସେନା ମୁଖପାତ୍ର ଧମକ ଦେଉଛନ୍ତି ଯେ ଆକ୍ରମଣର ଜବାବ ଏପର୍ଯ୍ୟନ୍ତ ଆସିନାହିଁ। ଏହା ପାକିସ୍ତାନର ଏକ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଯେ ସେ ୫ଟି ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି, ତେବେ ଏହାର ପ୍ରମାଣ କେଉଁଠାରେ? ଯାହାର ଉତ୍ତରରେ ଖୱାଜ୍ କହିଥିଲେ, ପୁରା ସୋସିଆଲ ମିଡିଆରେ ଭାରତୀୟ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ପ୍ରଚାରିତ ହୋଇଛି। ଏହା କେବଳ ପାକିସ୍ତାନର ସୋସିଆଲ ମିଡିଆରେ ନୁହେଁ ବରଂ ଭାରତର ସୋସିଆଲ ମିଡିଆରେ ମଧ୍ୟ ଅଛି ଯେ ଆମେ ତିନୋଟି ବିମାନକୁ ଗୁଳି କରି ଖସାଇ ଦେଇଛୁ ଏବଂ ସେଗୁଡ଼ିକ ଭାରତର କାଶ୍ମୀରରେ ପଡ଼ିଛି, ଏହା ସମଗ୍ର ସୋସିଆଲ ମିଡିଆରେ ରହିଛି। ଖୱାଜା ଆସିଫଙ୍କ ଏହି ଉତ୍ତରରେ, ଆଙ୍କର ତାଙ୍କୁ କହିଥିଲେ ଯେ ସେ ସୋସିଆଲ ମିଡିଆରେ ଥିବା ବିଷୟବସ୍ତୁ ବିଷୟରେ କହୁନାହାଁନ୍ତି, ବରଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଚାରୁଛନ୍ତି, ପ୍ରମାଣ ଅଛି। ହେଲେ ଯେତେବେଳେ ଆଙ୍କର ବାରମ୍ବାର ପ୍ରମାଣ ବିଷୟରେ ପଚାରିଲେ, ଖୱାଜା ଆସିଫ ହସି ହସି ସେଠାରୁ ଚାଲିଗଲେ ଏବଂ ତାଙ୍କ ପାଖରେ କୌଣସି ଉତ୍ତର ନଥିଲା। ଯାହା ତାଙ୍କ ମୁଛକୁ ସ୍ପଷ୍ଟ ବାରିଥିଲା।

ତେବେ ୬-୭ ମଇ ମଧ୍ୟବର୍ତ୍ତୀ ରାତିରେ, ଭାରତ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା ଯେଉଁଠାରେ ଆତଙ୍କବାଦୀ ଶିବିର ଥିଲା। ଅପରେସନ ସିନ୍ଦୂର ଅଧୀନରେ ଭାରତ ଆତଙ୍କବାଦୀ ଆଡ୍ଡା ଉପରେ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଭାରତର ଏହି ଆକ୍ରମଣରେ ପାକିସ୍ତାନ ନିଶ୍ୱାସ ହରାଇ ବସିଛି ଏବଂ ଏବେ ନିଜର ପରାଜୟ ଲୁଚାଇବା ପାଇଁ, ଶାହବାଜ ସରିଫ ସରକାର ଏହି ମିଛ ପ୍ରଚାର କରୁଛି ଯେ ପାକିସ୍ତାନ ବାୟୁସେନା ଭାରତର ୫ଟି ରାଫେଲ ବିମାନକୁ ଖସାଇ ଦେଇଛି। ଆଉ ଗଣମାଧ୍ୟମରେ ତାଙ୍କର ମିଛ ସ୍ପଷ୍ଟ ହୋଇଛି। ହେଲେ ବେଲଜ୍ୟା ପାକିସ୍ତାନ ମୁହଁକୁ ଲଜ୍ଜିତ ହେବାର ଟିକିଏ ବି ଅବଶୋଷ ନାହିଁ।

Comments are closed.