ନୂଆଦିଲ୍ଲୀ: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଥିବା ଡିଜିଟାଲ୍ ବିଲବୋର୍ଡରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ସାର୍ବଜନୀନ ଭାବରେ ଟ୍ରୋଲ୍ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଏହାକୁ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଲଗାଇଥିବା କୁହାଯାଉଛି।
ବିଲବୋର୍ଡଟିରେ ଅସୀମ ମୁନିରଙ୍କୁ ମିଛୁଆ କହିବା ସହ ତାଙ୍କୁ “ଫ୍ରଡ୍ ମାର୍ଶାଲ” ଭାବରେ ମଧ୍ୟ କୁହାଯାଇଛି। ତେବେ ନିକଟରେ ଅସୀମ ଫିଲ୍ଡ ମାର୍ଶାଲ ପଦବୀକୁ ପଦୋନ୍ନତି ପାଇଛନ୍ତି। ଆହୁରି ମଧ୍ୟ ଏହି ବିଲବୋର୍ଡରେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ତାଙ୍କର ଦୁଇ ସାଥୀ ଭାବରେ ମଧ୍ୟ ଲେବଲ କରାଯାଇଛି।
ତେବେ ଇମ୍ରାନଙ୍କ ଲାଇ ଡିଟେକ୍ଟର ଟେଷ୍ଟ କରିବା ପାଇଁ ସରିଫଙ୍କ ସରକାରଙ୍କୁ ବାରମ୍ବାର ଦାବି କରାଯିବା ସହ ପଲିଗ୍ରାଫ୍ ରିପୋର୍ଟ ପାଇଁ ମଧ୍ୟ ଦାବି କରାଯାଉଥିବା ବିଲବୋର୍ଡରେ ଦର୍ଶାଯାଇଛି। ଏଥିସହିତ ବିଲବୋର୍ଡରେ ମୁନିରଙ୍କ ପଦୋନ୍ନତିକୁ ସମାଲୋଚନା କରାଯିବା ସହ ତାଙ୍କୁ ଧୋକାବାଜ ବୋଲି ମଧ୍ୟ କୁହାଯାଇଛି। ଶରିଫ ଏବଂ ଜର୍ଦ୍ଦାରୀଙ୍କୁ ତାଙ୍କର ଦୁଇ ଗୁଣ୍ଡା ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ନୱାଜ ସରିଫଙ୍କୁ କଟାକ୍ଷ କରିବା ସହ ସେ ନିଜର ସ୍ବାର୍ଥ ପାଇଁ କିଛି ବି କରିପାରିବେ ବୋଲି ମଧ୍ୟ କୁହାଯାଇଥିଲା।
Comments are closed.