Latest Odisha News

BREAKING NEWS

ଭିସାରେ ବିଳମ୍ବ ହେବାରୁ ପାକିସ୍ତାନ କ୍ରିକେଟ ଟିମର ଦୁବାଇ ଗସ୍ତ ବାତିଲ

ଦୁବାଇ: ଭାରତ ଗସ୍ତରେ ଆସିବା ପାଇଁ ଭିସା ପାଇବାରେ ବିଳମ୍ବ ହେବାରୁ ପାକିସ୍ତାନର ବିଶ୍ୱକପ୍ ପୂର୍ବରୁ ଟିମ୍ ବଣ୍ଡିଂ ପାଇଁ ଦୁବାଇ ଗସ୍ତ ଯୋଜନା ବାତିଲ ହୋଇଛି।

ଦଳ ପ୍ରଥମେ ଦୁବାଇରେ କିଛି ଦିନ ରହିବା ପରେ ସେପ୍ଟେମ୍ବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ ପାଇଁ ହାଇଦ୍ରାବାଦ ଆସିବାର ଥିଲା। ତେବେ ଏହି ଯୋଜନାକୁ ରଦ୍ଦ କରିଦିଆଯାଇଛି, ଏବଂ ଦଳ ଏବେ କରାଚି ଗସ୍ତ କରିବ ଏବଂ ତା’ପରେ ଆସନ୍ତା ସପ୍ତାହରେ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିବ। ୨୦୧୨-୧୩ ପରେ ପାକିସ୍ତାନର ଏହା ପ୍ରଥମ ଭାରତ ଗସ୍ତ ହେବ।

ଆସନ୍ତା ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନେଦରଲାଣ୍ଡ ବିପକ୍ଷରେ ପାକିସ୍ତାନ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଶୁକ୍ରବାର ପାକିସ୍ତାନ ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ବାବର ଆଜମ ଦଳର ନେତୃତ୍ୱ ନେଇଛନ୍ତି।ଦୁର୍ଭାଗ୍ୟବଶତଃ ଏସିଆ କପରେ ଭାରତ ବିପକ୍ଷ ସୁପର୍ ଫୋର୍ ମ୍ୟାଚରେ ଆହତ ହୋଇଥିବା ତାରକା ପେସ୍ ବୋଲର ନସୀମ୍ ଶାହାଙ୍କ ଅନୁପସ୍ଥିତି ଦଳକୁ ପିଚରେ ପ୍ରଭାବିତ କରିପାରେ। କାରଣ ଏହି ମ୍ୟାଚରେ ନସିମ ଶାହଙ୍କୁ ଗୋଟିଏ ଓଭରର ମଧ୍ୟଭାଗରେ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ।

ନସିମଙ୍କ ବିକଳ୍ପ ଖେଳାଳି ଭାବେ ହସନ ଅଲ୍ଲୀଙ୍କୁ ଦଳରେ ସାମିଲ କରାଯାଇଛି। ପାକିସ୍ତାନର ପେସ୍ ବୋଲର୍ ସାହିନ୍ ଶାହା ଆଫ୍ରିଦିଙ୍କ ସହିତ ହାରିସ୍ ରଉଫ୍, ମହମ୍ମଦ ବାସିମ୍, ହାସନ୍ ଅଲ୍ଲୀଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି।

Leave A Reply

Your email address will not be published.