Latest Odisha News

BREAKING NEWS

‘ଋଣ ଜାଲିଆତି ମାମଲା, ଖବରକାଗଜ ‘ସମ୍ବାଦ’ର ଅଧିକାରୀ ତଦନ୍ତରେ ସହଯୋଗ କରୁନି’

ଭୁବନେଶ୍ୱର: ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ପ୍ରେସ ରିଲିଜ ଜରିଆରେ କହିଛି ଯେ ଦୈନିକ ଖବରକାଗଜ ‘ସମ୍ବାଦ’ର ଅଧିକାରୀ ଓ କର୍ମଚାରୀମାନେ ଋଣ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନାହାନ୍ତି।

ଇଓଡବ୍ଲ୍ୟୁ କହୁଛି ଯେ ‘ସମ୍ବାଦ’ର ଅଧିକାରୀମାନେ ସନ୍ଦିଗ୍ଧ ଫାଇଲ୍ ଓ କମ୍ପ୍ୟୁଟର ଫାଇଲ୍ ତଦନ୍ତକାରୀଙ୍କୁ ଦେବାକୁ ମନା କରିଦେଇଥିଲେ। ‘ସମ୍ବାଦ’ କାର୍ଯ୍ୟାଳୟରୁ ଅଳ୍ପ କିଛି ହାର୍ଡଡିସ୍କ ଜବତ କରିଛି ତଦନ୍ତକାରୀ ସଂସ୍ଥା। ଇଓଡବ୍ଲ୍ୟୁ କହୁଛି, ଋଣ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ, ଯେଉଁମାନେ ‘ସମ୍ବାଦ’ର କର୍ମଚାରୀ, ସେମାନେ ଏହି ଅଭିଯୋଗକୁ ପ୍ରମାଣିତ କରିଛନ୍ତି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ କରିଛି ବୋଲି ଇଓଡବ୍ଲ୍ୟ କହିଛି। କିନ୍ତୁ ଗ୍ରାମ୍ୟ ବ୍ୟାଙ୍କ ଏ ବାବଦରେ କୌଣସି ସ୍ପଷ୍ଟୀକରଣ ରଖିନି।

ଇଓଡବ୍ଲ୍ୟୁ ଏସପି କହିଛନ୍ତି, ‘ସମ୍ବାଦ’ର କର୍ମଚାରୀମାନେ ତଦନ୍ତରେ ବାଧା ସୃଷ୍ଟି କରିନଥିଲେ ମଧ୍ୟ ସହଯୋଗ କରିନଥିଲେ। ଋଣ ଦୁର୍ନୀତି ମାମଲାରେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସେପ୍ଟେମ୍ବର ୨୧ ତାରିଖରେ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି।

ବିଜେଡି କହିଛି ଯେ ସୌମ୍ୟ ପଟ୍ଟନାୟକ ଏବଂ ଅନ୍ୟମାନେ ୩୦୦ରୁ ଅଧିକ କର୍ମଚାରୀଙ୍କ ନାମରେ କୋଟି କୋଟି ଟଙ୍କାର ଋଣ ନେଇ ସଙ୍ଗଠିତ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.