ନୂଆଦିଲ୍ଲୀ: ଆମେରିକାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଭେଦଭାବର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଭାରତୀୟ ପିଏଚଡି ଛାତ୍ର ଆଦିତ୍ୟ ପ୍ରକାଶ ଏବଂ ଉର୍ମି ଭଟ୍ଟାଚାର୍ଯ୍ୟ ଜାତିଗତ ଭେଦଭାବ ଏବଂ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।
ତେବେ ଏହି ଅଭିଯୋଗ କଲୋରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ହୋଇଥିବା ଜଣାପଡିଛି। ଏକ ସାଧାରଣ ମଧ୍ୟାହ୍ନ ଭୋଜନରୁ ଆରମ୍ଭ ହୋଇଥିବା ଏକ ବିବାଦ ଶେଷରେ ସମାଧାନ ହେବାକୁ ଯାଇ ୧୮ ନିୟୁତ ଟଙ୍କା ମୂଲ୍ୟର ନାଗରିକ ଅଧିକାରରେ ପରିଣତ ହୋଇଥିଲା।
ସୂଚନା ଅନୁଯାୟୀ, ଏହି ଘଟଣା ସେପ୍ଟେମ୍ବର ୨୦୨୩ର। ଯେତେବେଳେ ଆଦିତ୍ୟ ପ୍ରକାଶ ବିଶ୍ୱବିଦ୍ୟାଳୟରେ ତାଙ୍କ ବିଭାଗର ରୋଷେଇ ଘରେ ଥିବା ଏକ ମାଇକ୍ରୋୱେଭରେ ପାଲକ ପନିର ଗରମ କରିବାକୁ ନେଇ କଥା ଉଠିଥିଲା। ସେତେବେଳେ ଜଣେ କର୍ମଚାରୀ ଖାଦ୍ୟରୁ ଦୁର୍ଗନ୍ଧ ଆସୁଥିବା କହି ମାଇକ୍ରୋୱେଭ ବ୍ୟବହାର ନକରିବାକୁ କହିଥିଲେ। ଯାହାକୁ ନେଇ ଆଦିତ୍ୟ କହିଥିଲେ ଯେ ଏହା କେବଳ ଖାଦ୍ୟ ଅଟେ ଓ ଏହାକୁ ଗରମ କରି ସେ ତୁରନ୍ତ ସେଠାରୁ ଚାଲିଯିବେ। ଯାହାପରେ ସେଠାରେ ବିବାଦ ଆରମ୍ଭ ହୋଇଯାଇଥିଲା ଓ ଆଦିତ୍ୟଙ୍କୁ ବାରମ୍ବାର ବରିଷ୍ଠ ଅଧ୍ୟାପକଙ୍କ ପାଖକୁ ଡକାଯାଇଥିଲା ଏବଂ ତାଙ୍କ ବ୍ୟବହାର ଯୋଗୁଁ କର୍ମଚାରୀମାନେ “ଅସୁରକ୍ଷିତ” ଅନୁଭବ କରିଥିବା ଅଭିଯୋଗ କରାଯାଇଥିଲା। ପ୍ରକାଶଙ୍କ ସାଥୀ ଉର୍ମୀ ଭଟ୍ଟାଚାର୍ଯ୍ୟ ତାଙ୍କୁ ସମର୍ଥନ କରିଥିଲେ। ନିଜ କଥାରେ ଅଟଳ ରହିବା ପାଇଁ ଉଭୟଙ୍କୁ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଲା। ଏଥିସହିତ ଉର୍ମି ଭଟ୍ଟାଚାର୍ଯ୍ୟଙ୍କୁ ବିନା କୌଣସି ସ୍ପଷ୍ଟ କାରଣ ଜଣାଇ ତାଙ୍କୁ ଶିକ୍ଷା ସହାୟକ ପଦବୀରୁ ମଧ୍ୟ ବହିଷ୍କାର କରାଯାଇଥିଲା।
ଦୁଇ ଦିନ ଧରି ଭାରତୀୟ ଖାଦ୍ୟ ଖାଇବା ପରେ ତାଙ୍କୁ “ଦଙ୍ଗା ଉସକାଇବା” ଭଳି ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେବାକୁ ପଡିଥିବା ନେଇ ଉର୍ମି ଅଭିଯୋଗ କରିଛନ୍ତି। ତେବେ ବିଭାଗର ରୋଷେଇ ଘର ନିୟମ ଦ୍ଵାରା ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଛାତ୍ର ମାନଙ୍କୁ ଅଧିକ ଟାର୍ଗେଟ୍ କରୁଥିବା ଅଭିଯୋଗ ହୋଇଛି।ଯାହାଫଳରେ ଭାରତୀୟ ଏବଂ ଅନ୍ୟାନ୍ୟ ଏସୀୟ ଛାତ୍ରମାନେ ଏକା ସାଙ୍ଗରେ ବସି ଖାଦ୍ୟ ମଧ୍ୟ ଖାଇ ନଥାନ୍ତି ଓ ଏହା ସିଧାସଳଖ ଭାବରେ ଜାତିଗତ ଭେଦଭାବକୁ ଦର୍ଶାଇ ଥାଏ ବୋଲି କୁହାଯାଉଛି।
ପ୍ରକାଶ ଓ ଉର୍ମୀ ବିଶ୍ୱବିଦ୍ୟାଳୟ ବିରୋଧରେ ୟୁନାଇଟେଡ୍ ଡିଷ୍ଟ୍ରିକ୍ଟ କୋର୍ଟ ଫର୍ କଲୋରାଡୋରେ ମକଦ୍ଦମା କରିଥିଲେ ଏପରିକି ପିଏଚଡି କରିବା ସମୟରେ ଦୁହେଁ ହାସଲ କରିଥିବା ମାଷ୍ଟର୍ ଡିଗ୍ରୀ ଉପରେ ବିଶ୍ୱବିଦ୍ୟାଳୟ ରୋକ ଲଗାଇଥିଲା। ଏଭଳି ପ୍ରତିକୂଳ ପରିବେଶ ପାଇଁ ସେମାନଙ୍କ ଶୈକ୍ଷିକ ପ୍ରଗତି ବାଧାପ୍ରାପ୍ତ ହୋଇଥିବା ଦୁହେଁ ଅଭିଯୋଗ କଲେ । ପ୍ରକାଶ ଓ ଉର୍ମୀ ବିଶ୍ୱବିଦ୍ୟାଳୟ ବିରୋଧରେ ୟୁନାଇଟେଡ୍ ଡିଷ୍ଟ୍ରିକ୍ଟ କୋର୍ଟ ଫର୍ କଲୋରାଡୋରେ ମକଦ୍ଦମା କରିଥିଲେ। ଗତ ସେପ୍ଟେମ୍ବରରେ କଲୋରାଡୋ ବୁଲଡର୍ ବିଶ୍ୱବିଦ୍ୟାଳୟ ପ୍ରକାଶ ଓ ଉର୍ମୀଙ୍କୁ ୧.୮ କୋଟି ଟଙ୍କା କ୍ଷତିପୂରଣ ଦେଇ ମାମଲାର ସମାଧାନ କରିବା ସହ ସେମାନଙ୍କୁ ମାଷ୍ଟର୍ ଡିଗ୍ରୀ ମଧ୍ୟ ପ୍ରଦାନ କରିଥିଲା।