Latest Odisha News

ବୁଧବାର ନା ଗୁରୁବାର ବନକଲାଗି ନୀତି କେବେ ?

ପୁରୀ: ପ୍ରଶାସନ ନା ସେବାୟତ ? କାହା କଥାରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ? ସ୍ୱତଃ ଲିପି ଅନୁସାରେ ହେବ ନା ନାହିଁ । ଦୀର୍ଘ ୨୫ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇ ପାରନାହିଁ । ବନକଲାଗି ନୀତି ବୁଧବାର ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ହେଲେ ଗୁରୁବାର ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ସେବକ କହିଛନ୍ତି ।

ଆସନ୍ତକାଲି ବୁଧବାର ଥିବାରୁ ବନକଲାଗି ନୀତି ହେବ ନା ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଦତ୍ତମହାପାତ୍ର ସେବାୟତଙ୍କ କହିବା ଅନୁସାରେ, ନୀତି ଶାସ୍ତ୍ର ଅନୁସାରେ ବନକଲାଗି ଗୁରୁବାର ହୋଇଥାଏ । ପ୍ରଶାସନ କଣ ନିଷ୍ପତ୍ତି ନେଇଛି ଆମେ ଜାଣିନୁ । ପ୍ରଶାସନ ନୀତି ଶାସ୍ତ୍ରକୁ ମାନନ୍ତୁ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବକ ।

ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ପ୍ରତି ଗୁରୁବାର ବନକଲାଗି ନୀତି ହେବା କଥା । ପ୍ରସ୍ତୁତି ପାଇଁ ୨ ଦିନ ଆବଶ୍ୟକ । ସେବାୟତ ନୁହେଁ ବରଂ ପ୍ରଶାସନ ଜିଦ୍ ଧରିଥିବା କହିଛନ୍ତି ଦତ୍ତମହାପାତ୍ର ସେବକ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ଜୁଲାଇ ୧ ନୀଳାଦ୍ରି ବିଜେ ଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇ ନାହିଁ । ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂରତି ଶ୍ରୀମନ୍ଦିରକୁ ଫେରିବା ପର ଠାରୁ ବନକଲାଗି ନୀତି ହୋଇ ନଥିବାରୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଗୁରୁବାର ବନକଲାଗି ନୀତି ହେଉଥିବା ବେଳେ ୨୦୧୮ରେ ବୁଧବାରକୁ ପରିବର୍ତ୍ତନ କରାଯାଇଥିଲା ।

Leave A Reply

Your email address will not be published.