Latest Odisha News

BREAKING NEWS

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ପ୍ରଶଂସା କଲେ ପଲକ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି । ସେ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ ଭାଇ କିସି ଜାନ’ ରେ ନଜର ଆସିଛନ୍ତି । ଏହାକୁ ନେଇ ପଲକ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ପୂର୍ବରୁ ପଲକ ଓ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କ ସହ ସମ୍ପର୍କ ଥିବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଏବେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହିତ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।

ନିକଟରେ ପଲକ ଆରଜେ ସିଦ୍ଧାର୍ଥ କନ୍ନନଙ୍କ ସୋ’ରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ପଲକ ଆର୍ଯ୍ୟନଙ୍କ ଖୁବ୍ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଆର୍ଯ୍ୟ ବହୁତ ସୁଇଟ୍ ଓ ବହୁତ ଶାନ୍ତ । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଲୋକଙ୍କ ସହିତ ଭଲ ଭାବେ ମିଶନ୍ତି ଓ କଥାବର୍ତ୍ତା ବି କରନ୍ତି । ପରେ ଏକ କୋଣରେ ଯାଇ ବସି ପଡ଼ନ୍ତି । ସେ ଅନସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନ୍ ସବୁଠି ସମାନ । ତାଙ୍କୁ ବୁଝିବା ବହୁତ କଷ୍ଟକର । କିନ୍ତୁ ସେ ଖୁବ୍ ଶୀଘ୍ର ଲୋକଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।

Leave A Reply

Your email address will not be published.