Latest Odisha News

୩୦ ସେକେଣ୍ଡରେ କୋରିଆନ୍ ଭାଷା ଶିଖାଉଛନ୍ତି ଯୁବକ: ଶିଖିବାକୁ ବଢୁଛି ଲୋକଙ୍କ ଆଗ୍ରହ

ନୂଆଦିଲ୍ଲୀ: ବୟସ ଯାହା ହେଉନା କାହିଁକି, ସମସ୍ତେ ସବୁକିଛି ଶିଖିବା ଉଚିତ୍ । କିନ୍ତୁ ଯେତେବେଳେ ଏକ ଭାଷା ଶିଖିବାକୁ ପଡ଼େ, ଅନେକ ଲୋକ ଏଥିପ୍ରତି ମୁହଁ ଫେରାଇ ନିଅନ୍ତି । ଯଦି ଆପଣ କୋରିଆନ୍ ଏବଂ ଚାଇନିଜ୍ ଶିଖିବାକୁ ଚାହାଁନ୍ତି, ତେବେ ଏହା ଆହୁରି କଷ୍ଟସାଧ୍ୟ ଅଟେ । ତେବେ ସୋସିଆଲ ମିଡିଆରେ ଜଣେ ଯୁବକ ମାତ୍ର ୩୦ ସେକେଣ୍ଡରେ କୋରିଆ ଭାଷା ଶିଖାଇବାକୁ ଦାବି କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ହିନ୍ଦୀରେ ଲୋକଙ୍କୁ ବଝାଉଛନ୍ତି । ଏଥିପ୍ରତି ବହୁ ସଂଖ୍ୟକ ଇଣ୍ଟରନେଟ୍ ବ୍ୟବହାରକାରୀ ଆଗ୍ରହ ଦେଖାଉଛନ୍ତି ।

ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ହିନ୍ଦୀ ବ୍ୟବହାର କରୁଥିବା ଲୋକଙ୍କୁ କୋରିଆ ଭାଷା ଶିଖାଉଛନ୍ତି । ସେ ଦାବି କରିଛନ୍ତି ଯେ ମାତ୍ର ୩୦ ସେକେଣ୍ଡରେ ଆପଣ ଅନେକ ଜିନିଷ ବହୁତ ଭଲ ଭାବରେ ଶିଖି ପାରିବେ । ଏହି ଯୁବକ ଜଣକ ଭାରତରେ ରୁହନ୍ତି ଏବଂ କୋରିଆନ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟତଃ ସୋସିଆଲ ମିଡିଆରେ ଟ୍ୟୁଟୋରିଆଲ୍ ଭିଡିଓ ସେୟାର କରନ୍ତି । ପ୍ରଥମେ ୫ଟି ବାକ୍ୟ ଶିଖାଇବାକୁ ଚେଷ୍ଟା କରନ୍ତି ଏବଂ ତା’ପରେ ତାଙ୍କୁ ସ୍ପଷ୍ଟ ଭାବେ କହିବାକୁ କୁହନ୍ତି । ଏହି ଭିଡ଼ିଓ ଦେଖିବା ପରେ କୋରିଆନ୍ ଭାଷା ଶିଖିବାକୁ ଅନେକ ଆଗ୍ରହ ହୋଇଛନ୍ତି ।

Leave A Reply

Your email address will not be published.