Latest Odisha News

BREAKING NEWS

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ କରାଇ ପାରିବେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଯଦି ଏହି ସମୟସୀମା ମଧ୍ୟରେ ପାନ-ଆଧାର ଲିଙ୍କ କରାଇବେ ନାହିଁ ତେବେ ଆପଣଙ୍କ ପାନ କାଡ କାମ କରିବ ନାହିଁ ।

ଇନକମ ଟାକ୍ସ ବଭାଗ ପକ୍ଷରୁ ଏ ନେଇ ଏକ ଟୁଇଟ କରାଯାଇ ସୂଚନା ଦିଆଯାଇଛି । ଟୁଇଟରେ କୁହାଯାଇଛି, କରଦାତାଙ୍କୁ ଚାପ ମୁକ୍ତ କରିବା ପାଇଁ ଆଧାର-ପାନ ଲିଙ୍କର ସମୟସୀମା ଆହୁରି ୩ ମାସ ବଢାଇ ଦିଆଯାଇଛି । ପୂର୍ବରୁ ଦିଆଯାଇଥିବା ଡେଡଲାଇନର ୩ ଦିନ ପୂର୍ବରୁ ବର୍ଦ୍ଧିତ ସମୟସୀମା ଘୋଷଣା କରାଯାଇଛି ।

ତେବେ ଆଧାର ସହ ପାନକାର୍ଡ କିଭଳି ଲିଙ୍କ୍ କରିବେ ଆସନ୍ତୁ ଜାଣିବା ।

ଏଥିପାଇଁ ପ୍ରଥମେ https://eportal.incometax.gov.in/ କୁ ଯାଆନ୍ତୁ ।

କ୍ୱିକ୍ ଲିଙ୍କରେ କ୍ଲିକ୍ କରି ଲିଙ୍କ୍ ଆଧାର ବିକଳ୍ପକୁ ବାଛନ୍ତୁ ।

ଏହା ପରେ ଆପଣଙ୍କ ପାନ ଓ ଆଧାର ନମ୍ବର ଦିଅନ୍ତୁ ।

ନିର୍ଦ୍ଧାରିତ ଲେଟ୍ ଫି ଦେଇ ଆଧାର ଓ ପାନକୁ ଲିଙ୍କ୍ କରନ୍ତୁ ।

ପେମେଣ୍ଟ ପରେ ପୁଣି ଲିଙ୍କ ଆଧାରକୁ ଯାଇ ଆପଣଙ୍କ ନାଁ, ମୋବାଇଲ୍ ନମ୍ବର ସହ ଆଧାର ଓ ପାନ ନମ୍ବର ଭରନ୍ତୁ ।

ତଥ୍ୟକୁ ଭେରିଫାଏ ପରେ ମୋବାଇଲକୁ ଆସିଥିବା ଓଟିପିକୁ ଦେଇ ସମିଟ କରନ୍ତୁ ।

ତେବେ ଏନଆରଆଇ, ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଆସାମ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ଲାଗି ଆଧାର ଓ ପାନ କାର୍ଡ ସଂଯୋଗ ବାଧ୍ୟତାମୂଳକ ନୁହେଁ ।

Leave A Reply

Your email address will not be published.