Latest Odisha News

ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ:ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ । କହିଲେ ବଲିଉଡରେ ରାଜନୀତି ଚାଲିଛି । ଏପରି ରାଜନୀତିରେ ସେ ଥକି ଗଲେଣି । ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା ।

ଦେଶୀ ଗର୍ଲରୁ ଗ୍ଲୋବାଲ ଷ୍ଟାର ପରିଚୟ ପାଇଥିବା ପ୍ରିୟଙ୍କା ବଲିଉଡ ଉପରେ ବର୍ଷିଛନ୍ତି । ନିଟକରେ ଏକ ସାକ୍ଷାତକାରରେ ବଲିଉଡର କଟୁ ସମାଲୋଚନା କରିବା ସହ ଏକ ବଡ ସତକୁ ସାମ୍ନାକୁ ଆଣିଛନ୍ତି । ବଲିଉଡକୁ ନିଜ କବଜାରେ ରଖିଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲେ । ଏକ ପଡକାଷ୍ଟ ଶୋ ଆାର୍ମଚେୟାର ଏକ୍ସପର୍ଟରେ ପ୍ରିୟଙ୍କାଙ୍କୁ ପଚରା ଯାଇଥିଲା, କାହିଁକି ସେ ବଲିଉଡ ଛାଡି କାମ କରିବା ପାଇଁ ଆମେରିକାକୁ ବାଛିଲେ ?

ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ସାତ ଖୁନ ମାଫ ଫିଲ୍ମର ଶୁଟିଂ ଚାଲିଥିଲା । ସେହି ସମୟରେ ୟୁଏସରେ କ୍ୟାରିୟର କରିବା ପାଇଁ ଅଫର ଦେଇଥିଲେ । ସେ ମ୍ୟୁଜିକ ଭିଡିଓରେଳ କାମ କରିବା ପାଇଁ କହଥିଲେ । ସେ ସମୟରେ ପ୍ରିୟଙ୍କା ବଲିଉଡରୁ ବାହାରିବା ପାଇଁ ରାସ୍ତା ଖୋଜୁଥିଲେ । ପ୍ରିୟଙ୍କା କହିଥିଲେ ସେ ବଲିଉଡର ରାଜନୀତି ପ୍ରତି ତାଙ୍କର ବିତୃଷ୍ଣା ଆସି ଯାଇଥିଲା । ସେ ବ୍ରେକ ଚାହୁଁଥିଲେ । ଏହି ମ୍ୟୁଜିକ ଭିଡିଓ ତାଙ୍କୁ ବଲିଉଡରୁ ବାହାରେ ପାଦ ରଖିବା ପାଇଁ ରାସ୍ତା ଦେଖାଇଥିଲା ।

ପ୍ରିୟଙ୍କା କ୍ଷୋଭର ସହ କହିଛନ୍ତି, ବଲିଉଡରେ ସେ ଏକ କୋଣରେ ପଡିଥିଲେ । ଲୋକ ତାଙ୍କୁ କାଷ୍ଟ କରୁ ନ ଥିଲେ । ଲୋକଙ୍କ ମନରେ ତାଙ୍କ ପ୍ରତି ଅଭିଯୋଗ ଥିଲା । ଏମିତି ରାଜନୀତି ମୋତେ ଠିକ ଲାଗୁ ନ ଥିଲା । ତା ଛଡା ବହୁତ ଦିନ ବଲିଉଡରେ କାମ କରିଲି । ତେଣୁ ହଲିଉଡକୁ ଯିବା ଉଚିତ ଭାବିଲି ବୋଲି କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ଏପରି କଥାକୁ ସମର୍ଥନ କରିଛନ୍ତି କଙ୍ଗନା ରନୱତ ।

 

Leave A Reply

Your email address will not be published.