Latest Odisha News

BREAKING NEWS

ଆଧାର ସହ ପାନ୍ ଲିଙ୍କ ନକଲେ ଏବେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ବେଳେ ଏବେ ସରକାରଙ୍କ ପକ୍ଷରୁ ନୂଆ ନିଷ୍ପତ୍ତି ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କର ଆଧାର-ପାନ୍ ସଂଯୋଗ କରିନଥିବେ, ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ ।

ଏନେଇ ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଆହୁରି ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଆଧାର ସହ ପାନ୍ ଲିଙ୍କ ନକରାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାନକୁ ନିଷ୍କ୍ରିୟ ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଏଥିସହିତ ସେମାନଙ୍କ ଉପରେ ଆୟକର ନିୟମର ଧାରା ୨୭୨ବି ଆଧାରରେ ଜୋରିମାନା ମଧ୍ୟ ଲାଗୁ କରାଯିବ ।

ସୂଚନାନୁଯାୟୀ, ଏହି ଲିଙ୍କ୍ ଅବଧିକୁ ସରକାରଙ୍କ ପକ୍ଷରୁ ଶେଷଥର ପାଇଁ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଥିଲା ।

Comments are closed.