Latest Odisha News

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨୫ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଛନ୍ତି ।

ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ବିଶ୍ୱର ୬୭ ରାଷ୍ଟ୍ରରେ ଏଯାବତ୍ ୩୦୫୬ ଜଣଙ୍କର ମୃତ୍ୟୁ ହୋଇଥିôବା ବେଳେ ମୋଟ୍ ୮୯ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୬୦ରୁ ଅଧିକ ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.