Latest Odisha News

BREAKING NEWS

ପାନାମା କେନାଲ ଆମର ଥିଲା, ରହିବ; ଟ୍ରମ୍ପଙ୍କ ଉପରେ ବର୍ଷିଲା ଏହି ଦେଶ

ୱାଶିଂଟନ: ପାନାମା କେନାଲକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଉଭୟ ପାନାମା ଏବଂ ଚୀନ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି।

ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ୍ ମୁଲିନୋ ବୁଧବାର ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍)ରେ କହିଛନ୍ତି ଯେ ପାନାମା କେନାଲ କୌଣସି ବେଲ୍ଆଉଟ୍ ନୁହେଁ କିମ୍ବା ଏହା ଆମେରିକାର ‘ଉପହାର’ ନୁହେଁ। ଏହାରି ମଧ୍ଯରେ କେନାଲ ଉପରେ ଆମେରିକାର ପ୍ରଭାବଶାଳୀ ନିୟନ୍ତ୍ରଣ ଦାବିକୁ ଖଣ୍ଡନ କରିଛି ଚୀନ।

ପାନାମା ରାଷ୍ଟ୍ରପତି ମୁଲିନୋ କହିଛନ୍ତି, ଟ୍ରମ୍ପଙ୍କ ଦାବିକୁ ଆମେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ। ପ୍ରଥମତଃ ସେ ଯାହା କହିଥିଲେ ତାହା ମିଛ। ଦ୍ୱିତୀୟତଃ ପାନାମା କେନାଲ ପାନାମାର ସମ୍ପତ୍ତି ଏବଂ ସର୍ବଦା ପାନାମାର ହିଁ ରହିବ। ଏହା କୌଣସି ଉପହାର ନଥିଲା କି କାହାର ଦାନ ନଥିଲା।

 

Comments are closed.