Latest Odisha News

ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଏବଂ ଜଣେ ସରପଞ୍ଚଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ନରସିଂହପୁରର ପିଇଓ ପ୍ରତାପ ନାୟକ ଏବଂ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ବୋଲି ଜଣାପଡିଛି। ସେମାନେ ଗତ ୧୮ ମାସ ଧରି ଏହି ରାକେଟ୍ ଚଳାଉଥିବା ନେଇ ଅଭିଯୋଗ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ କରଡାପାଲ୍ଲୀ ଗାଁର ଦୁଇ ହିତାଧିକାରୀ ଝରଣା ସାହୁ ଏବଂ ବାଲମନି ପଲେଇ ରଣପୁରର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲା ସର୍ବସମ୍ମୁଖକୁ ଆସିଥିଲା।

ଅଭିଯୋଗକାରୀମାନେ କହିଛନ୍ତି ଯେ ପାଖାପାଖି ଦେଢ ବର୍ଷ ହେବ ସେମାନେ ନିଜ କାର୍ଡରେ ରାସନ ପାଇନାହାଁନ୍ତି। ଯେଉଁଥିପାଇଁ ସେମାନେ କୋଭିଡ-୧୯ ଓ ବାତ୍ୟା ଅମ୍ଫାନ ସମୟରେ ଜନସାଧାରଣଙ୍କ ପାଇଁ ଓଡିଶା ସରକାର ପ୍ରଦାନ କରିଥିବା ଆର୍ଥିକ ସହାୟତା ମଧ୍ୟ ପାଇପାରିନଥିଲେ।

ସୁତ୍ରରୁ ପ୍ରକାଶ ଯେ ଘଟଣାର ଯାଞ୍ଚ ପରେ ବିଡିଓ ଜାଣିବାକୁ ପାଇଥିଲେ ଯେ ଅନ୍ୟମାନେ ପ୍ରକୃତ ହିତାଧିକାରୀଙ୍କ ନାମ ବ୍ୟବହାର କରି ରାସନ ନେଉଛନ୍ତି। ପରେ ଏନେଇ ପୋଲିସକୁ ଖବର ଦେବାପରେ ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗ ରେ ପିଇଓ ଏବଂ ସରପଞ୍ଚଙ୍କୁ ଗିରଫ କରାଯାଇଥିଲା।

Comments are closed.