Latest Odisha News

BREAKING NEWS

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ ।

ବିଜେପି ଏଥର ୧୦ ଜିଲ୍ଲରେ ବିଜେପି ଖାତା ଖୋଲି ପାରିଲା ନାହିଁ । ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାରେ ବିଜେପି ପ୍ରାର୍ଥୀ ଚିତ୍‌ ମାରିଛନ୍ତି । ୨୦୧୭ରେ ବିଜେପି ୮ ଜିଲ୍ଲା ପରିଷଦ ଗଠନ କରିଥିଲା । ଏଥର ଗୋଟିଏ ବି ଗଠନ କରିବାକୁ ସକ୍ଷମ ହେଲାନି ।

ସେହିପରି କଂଗ୍ରେସ ଅବସ୍ଥା ବି ଶୋଚନୀୟ । ୧୮ ଜିଲ୍ଲାରେ କଂଗ୍ରେସ ମୂଳପୋଛ ହୋଇଛି । ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଛନ୍ତି । ଅନୁଗୋଳ, କଟକ, ଭଦ୍ରକ, ବୌଦ୍ଧ, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଦଳ ଖାତା ଖୋଲିପାରିନି କଂଗ୍ରେସ ।

Comments are closed, but trackbacks and pingbacks are open.